Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁରରେ ସାଇବର ସୁରକ୍ଷା ସଚେତନତା

ଗୋପାଳପୁର ୧୪/୧୦ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଅକ୍ଟୋବର ୨ ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ସାଇବର ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି l ଏହି ଅବସରରେ ଆଜି ସାଇବର ସୁରକ୍ଷା ସଚେତନତା ରଥ ଆଜି ଅପରାହ୍ନରେ ଗୋପାଳପୁରର ‘ମୋ ଗୋପାଳପୁର ସେଲ୍ଫି ପଏଣ୍ଟ’ନିକଟରେ ପହଞ୍ଚିଥିଲା l ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଏସ.ପି ଡ଼. ଶ୍ରବଣ ବିବେକ ଏମ ଯୋଗ ଦେଇ ଥିବା ବେଳେ ଅନ୍ୟ ତମ ଅତିଥି ଭାବେ ଡ଼ିଏସପି କ୍ରାଇମର ଅଜୟ କୁମାର ନାୟକ,ସଦର ଏସ ଡ଼ି ପି ଓ ଶିବ ଶଙ୍କର ମହାପାତ୍ର, କନିସି ତସିଲଦାର ପ୍ରଳୟାନନ୍ଦ ଶତପଥୀ, ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ, ଅଧକ୍ଷ ଏ. ଜାନକୀ ରାମ, ଉପାଧ୍ୟକ୍ଷା ବି. ଉମା, ପୂର୍ବତନ ଅଧକ୍ଷ ଶଶୀ ଭୂଷଣ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱାଗତ କରିଥିଲେ l ସେଠାରେ ଏକ ସାଇବର ସଚେତନତା ସଭା ଆୟୋଜନ ହୋଇଥିଲା l ପରେ ସମସ୍ତେ ଏକ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ବେଳାଭୂମି ନିକଟରେ ପହଞ୍ଚି ଥିଲେ l ବେଳାଭୂମିରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ଲୋକେ କିଭଳି ସାଇବର ଠକେଇରେ ଶିକାର ନ ହେବେ ସେ ନେଇ ବିଭିନ୍ନ ଉଦାହରଣ ମାଧ୍ୟମରେ ସଚେତନ କରାଇଥିଲେ l ଯଦି କୌଣସି ଲୋକ ସାଇବର ଠକେଇରେ ଶିକାର ହୁଅନ୍ତି ତାହା ହେଲେ ୧୯୩୦ ନମ୍ବରରେ ତୁରନ୍ତ କଲ କରି ଜଣାଇବାକୁ କହିଥିଲେ l ଏହି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କାଉନସିଲର, ବୁଦ୍ଧିଜୀବୀ,ଏନ ଏ ସି କର୍ମଚାରୀଙ୍କ ସମେତ ଆଖପାଖ ଅଂଚଳର ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ସ୍ଥାନୀୟ ଲୋକ, ପର୍ଯ୍ୟଟକ ଉପସ୍ଥିତ ଥିଲେ l ଗୋପାଳପୁର ଥାନା ପକ୍ଷରୁ ଏସ ଆଇ ମହେନ୍ଦ୍ର ବେହେରା, ସୋଫିଆ ମିଶ୍ର, ମଣି ଦାଢ଼ିୟା, ଏଏସଆଇ ବି. ତିରୁପତି ରାଓ, ପ୍ରଶାନ୍ତ କୁମାର ଡାକୁଆ, ପୁଷ୍ପା ମଲ୍ଲିକ, ହାବିଲଦାର ଅଜୟ କୁମାର ଶତପଥୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ଆଜି ସକାଳେ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ସାଇବର ସଚେତନତା କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories