Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଆରଏନଆଇର ନିର୍ଦ୍ଦେଶନାମା କୋହଳ କରିବାକୁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ନିବେଦନ

ସମ୍ବଲପୁର :ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନରେ ଥିବା ଆରଏନଆଇ ପକ୍ଷରୁ ସମ୍ୱାଦପତ୍ର ପ୍ରକାଶନର 48 ଘଣ୍ଟା ମଧ୍ୟରେ ରେଜିଷ୍ଟ୍ରାର ଅଫିସକୁ ପଠାଇବା ପାଇଁ ନିର୍ଦ୍ଦେଶନାମାକୁ କୋହଳ କରାଯିବା ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ସଭାପତି ରବି ରଥ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା ସମ୍ୱାଦପତ୍ରଗୁଡ଼ିକ ଏକ ମାସ ବ୍ୟବଧାନରେ କାର୍ଯ୍ୟାଳୟରେ ଦାଖଲ କରାଯାଉଥିଲା। ହଠାତ୍‌‍ କେନ୍ଦ୍ର ସରକାର ଏହାକୁ ପରିବର୍ତ୍ତନ କରି ପ୍ରକାଶନର 48 ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ଯେଉଁ ନିର୍ଦ୍ଦେଶନାମା ଦେବା ସହ ଏହା ନକଲେ 2000 ହଜାର ଟଙ୍କା ଜୋରିମାନା ଦେବାକୁ ପଡ଼ିବ ବୋଲି ଉଲ୍ଲେଖ ରହିଛି। କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ଅଳ୍ପ ସମ୍ୱଳ ଓ ମାନବ ଶକ୍ତି ସହିତ ବଞ୍ଚିଥାଏ। କାରଣ ଭୁବନେଶ୍ଵର ଠାରୁ 600ରୁ ଊର୍ଦ୍ଧ୍ଵ କିଲୋମିଟର ମାଲକାନଗିରି ଏବଂ ବିଭିନ୍ନ ଦୁର୍ଗମ ଅଞ୍ଚଳରୁ ପ୍ରକାଶ ପାଉଥିବା ସମ୍ୱାଦପତ୍ର ପ୍ରେସ୍‌‍ ରେଜିଷ୍ଟ୍ରାରଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରାୟ 4/5 ଦିନରୁ କମ ସମୟ ଲାଗିବ ନାହିଁ। ସ୍ପିଡ଼ପୋଷ୍ଟ ଯୋଗେ ପଠାଇଲେ ମଧ୍ୟ ଏହି ସମୟ ମଧ୍ୟରେ ମିଳିବା ସମ୍ଭବ ନୁହେଁ। ଏହି ନିର୍ଦ୍ଦେଶନାମା ସମ୍ପାଦକ ଓ ପ୍ରକାଶକଙ୍କ ମନରେ ବିଚଳିତ କରିଛି। ଏହି ନିର୍ଦ୍ଦେଶନାମାକୁ କୋହଳ କରାଯିବା ସହିତ ପୂର୍ବ ବ୍ୟବସ୍ଥା ପ୍ରକାରେ ନିୟମ କରାଗଲେ ସମ୍ପାଦକମାନଙ୍କ ମଧ୍ୟରେ ଆଶ୍ଵସ୍ତି ପ୍ରକାଶ ପାଇବ। ବିଶେଷକରି କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ରଗୁଡ଼ିକ ପ୍ରକାଶନ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବା ବନ୍ଦ ହେବାର ସମ୍ଭାବନା ରହିଛି। ଏନେଇ ଶ୍ରୀ ରଥ ସୂଚନା ଓ ପ୍ରସାରଣ ବିଭାଗୀୟ ମନ୍ତ୍ରୀ, ମୁଖ୍ୟ ସଚିବ, ସୂଚନା ଓ ପ୍ରସାରଣ ବିଭାଗ, ଭାରତ ସରକାର ଓ ଭୁବନେଶ୍ଵରରେ ଥିବା ଅତିରିକ୍ତ ମହାନିର୍ଦ୍ଦେଶକଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଛି।