Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଟଙ୍ଗପାନିରେ କୈଶୋର ସ୍ୱାସ୍ଥ୍ୟ ତାଲିମ

ସମ୍ବଲପୁର (ଜମନକିରା)): ତା ୧୫.୧୦: ଆଜି ସିଡି ସଂସ୍ଥା ଏବଂ କୈଳାସ ସତ୍ୟାର୍ଥୀ ଚିଲ୍ଡରେନ ଫାଉଣ୍ଡେସନ ତରଫ ରୁ ୬୦ ଜଣ କିଶୋରୀ କିଶୋର ମାନଙ୍କୁ ନେଇ ଜମନକିରା ବ୍ଲକ କଟଙ୍ଗପାଣି ଗ୍ରାମ ପଞ୍ଚାୟତ ରାଜୀବ ଭବନ ଠାରେ କୈଶୋର ସ୍ୱାସ୍ଥ୍ୟ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l କାର୍ଯ୍ୟକ୍ରମ ରେ ଡା.ରାଜାରାମ ଷଡଙ୍ଗୀ ତାଲିମ ଦାତା ଭାବେ ଯୋଗଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ମାସିକ ଋତୁସ୍ରାବ ସମୟର କିଭଳି ନିଜ ଯତ୍ନ ନେବା, ସବୁଜ ପନିପରିବା ଆମ ଶରୀର ପାଇଁ କେତେ ଆବଶ୍ୟକ, ବାଲ୍ୟ ବିବାହ ଦ୍ଵାରା ହେଉଥିବା ଅସୁବିଧା ବିଷୟ ରେ ଆଲୋଚନା କରା ଯାଇଥିଲା ଏବଂ ବାଲ୍ୟ ବିବାହ ନିରାକରଣ ପାଇଁ ସମସ୍ତେ ଶପଥ ପାଠ କରିଥିଲେ l ସିଡି କର୍ମକର୍ତ୍ତା ସମୀର ମହମଳ୍ଳିକ, ଭୁବନେଶ୍ୱର ଦ୍ବିବେଦୀ, ପ୍ରଶାନ୍ତ କୁମାର ପ୍ରଧାନ, ପ୍ରଦୀପ୍ତ ପ୍ରଧାନ ପ୍ରଭୁତି ଏଥିରେ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories