ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବ୍ରାହ୍ମଣ ସମାଜ ର ଜରୁରୀ ବୈଠକ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ପରିସର ରେ ବ୍ରାହ୍ମଣ ସମାଜ ର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବ୍ରାହ୍ମଣ ସମାଜର ସାଧାରଣ ସମ୍ପାଦକ ଦ୍ଵିତିକୃଷ୍ଣ ପଣ୍ଡା ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଉକ୍ତ ବୈଠକରେ ସମାଜର ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା । ଏହା ସହିତ ଆଗାମୀ ମାଘ ମାସ କୃଷ୍ଣ ପକ୍ଷ ଷଷ୍ଠୀ ଗୁରୁବାର ଦିନ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରିସର ରେ ୧୦୦୮ ବ୍ରାହ୍ମଣଙ୍କ ପଦଧୌତ ସେବା ସହିତ ସାମୂହିକ ବ୍ରତୋପନୟନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସେବା ଦଳ ଗଠନ କରି ଦାୟିତ୍ଵ ହସ୍ତାନ୍ତର ପୂର୍ବକ କିଭଳି ଭାବରେ କାର୍ଯ୍ୟକ୍ରମ କୁ ସଫଲ୍ୟମଣ୍ଡିତ କରାଯିବ ସେ ସଂପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏହି ବୈଠକରେ ସୁଶାନ୍ତ କୁମାର ପୁରୋହିତ , ନବାରୁଣ ଦେବଦତ୍ତ ଶତପଥି , ନୀଳାମ୍ବର ହୋତା , ଶୁଭେନ୍ଦୁ ଶେଖର ଷଡଙ୍ଗୀ , ରମାକାନ୍ତ ହୋତା , ବିକାଶ କୁମାର ପଣ୍ଡା , ଅକ୍ଷୟ ଚାନ୍ଦ , ଶୁଭେନ୍ଦୁ ଚାନ୍ଦ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପରବର୍ତ୍ତୀ ବୈଠକ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ କରିବାକୁ ସିଦ୍ଧାନ୍ତ ଗ୍ରହଣ କରାଗଲା ।