Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖଣ୍ଡହତା ରେ ଜଳନ୍ଧର ଦରବାର ପାଇଁ କଳାକାର ବରଣ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତାରେ ୧୫ ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଜଳନ୍ଧର ଦରବାର ସକାଶେ କଳାକାର ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ରୁଦ୍ର ପ୍ରକାଶ ମିଶ୍ରଙ୍କ ନେତୃତ୍ବରେ ସମ୍ପାଦକ ଆଶୁତୋଷ ପଣ୍ଡା , ସହ ସଂପାଦକ ପ୍ରଦୀପ ମାଝୀ , ମଧୁସୁଦନ ମହାକୁର , ସୁଭାଷ ପଧାନ , ସିକେନ ଭୋକ୍ତା , ବଂଶିଧର ଅମାତ ପ୍ରମୁଖ ବିନିକା ଝରିଗାଁ କୁ ଯାଇ ଜଳନ୍ଧର ଭୂମିକାରେ ଅଭିନୟ କରିବା ପାଇଁ ଗୋପାଳ ଦାଶ ଙ୍କୁ କମିଟି ତରଫରୁ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରି ବରଣ କରାଯାଇଥିଲା । ଆସନ୍ତା ୨୭ ତାରିଖରୁ ପ୍ରତ୍ୟହ ସନ୍ଧ୍ୟା ସମୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଆୟୋଜଙ୍କ ପକ୍ଷରୁ ସୂଚନା ରହିଛି ।