ଦୁଃଶାସନ ନାୟକ ଙ୍କୁ ଆଦିକବି ସାରଳା ସମ୍ମାନ


ଅସ୍ତରଙ୍ଗ,, ୧୬/୧୦-ଓଡ଼ିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା ଅନୁଷ୍ଠାନ ପକ୍ଷରୁ,ଜଗତସିଂହପୁର ଜିଲ୍ଲାର ମା ଶାରଳା ମନ୍ଦିର ନିକଟ ତେନ୍ତୁଳିପଦା ର ମୁନିଗୋଷାଇଁ ମଠ ପରିସରରେ ରାଜ୍ୟ ସ୍ତରିୟ ପ୍ରତିଭା ଅନେଶ୍ୱଣ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି । ଉକ୍ତ ଉତ୍ସବରେ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ସଭାପତିତ୍ବ କରିଥିଲେ । ଅନୁଷ୍ଠାନ ର ସଂପାଦକ ବସନ୍ତ କୁମାର ପଣ୍ଡା ଆଭିମୁଖ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଗୀତିକାର ମାନସୀ ପାତ୍ର,ମୁଖ୍ୟ ବକ୍ତା ଭାବେ ଶଶଧର ପଣ୍ଡା,ଚଳଚ୍ଚିତ୍ର ସଂଳାପ ଲେଖକ ମୋହିତ ଚକ୍ରବର୍ତ୍ତୀ,ଆକାଶ ବାଣୀ ଗୀତିକାର ଗିରିଜା ପ୍ରସନ୍ନ ମିଶ୍ର,ବ୍ୟଙ୍ଗ କବି ସମ୍ପଦ ରଥ,ପ୍ରମୁଖ ଥିଲେ ।ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ର ବରିଷ୍ଠ ସାମ୍ବାଦିକ ତଥା ବେଳାଭୂମି ସାହିତ୍ୟ ସଂସଦ ର ସାଧାରଣ ସମ୍ପାଦକ ଶ୍ରୀ ଦୁଃଶାସନ ନାୟକ ଙ୍କୁ ଆଦିକବି ସାରଳା ଦାସ ସମ୍ମାନ ରେ ଅନୁଷ୍ଠାନ ସମ୍ମାନିତ କରିଥିଲା ବେଳେ,କାକଟପୁର କବି ହୃଦାନନ୍ଦ ସାସମଲ,ଦୀପ୍ତି ମହାନ୍ତି ସୁନନ୍ଦା ରାଉତ , ବିଷ୍ଣୁ ପ୍ରିୟା ମୋହାପାତ୍ର,ପ୍ରବୀଣ ସୁବୁଦ୍ଧି,ପ୍ରଭୁତି ଙ୍କୁ ସମ୍ମାନିତ କରା ଜାଇଥିଲା। କଳ୍ପନା ବିଶ୍ଵାଳ,ମୋନାଲିସା ମୁଦୁଲି, ଦିବ୍ୟାଲିଶା ନାୟକ,ସୁଚିଶ୍ମିତା ବେହେରା ଓ ବାସବ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ,ପ୍ରଦୀପ ବିହାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।