Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫିଲ୍ମ ନିର୍ମାତା ପ୍ରଦୀପ ସରକାରଙ୍କ ପରଲୋକ

ମୁମ୍ବାଇ: ବଲିଉଡ୍‌ ଜଗତରେ ଶୋକର ଛାୟା। ଫିଲ୍ମ ନିର୍ମାତା ତଥା ନର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ଆଜି ପରଲୋକ ହୋଇଛି। ଆଜି ପ୍ରାୟ ଭୋର ୩.୩୦ ମସୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ପ୍ରଦୀପ ବିୟୋଗରେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ଅଚାନକ ମୃତ୍ୟୁ ସମସ୍ତଙ୍କୁ ଆଚମ୍ବିତ କରିଛି।

ପରିଣୀତା, ଲଗା ଚୁନରୀ ମେ ଦାଗ, ମର୍ଦାନୀ ଓ ହେଲିକପ୍ଟର ଈଲା ଭଲି ଅନେକ ଦମ୍‌ଦାର ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି ପ୍ରଦୀପ। ମିଳିଥିବା ସୂଚନା ଅନୁସାରେ ପ୍ରଦୀପଙ୍କର ଶରୀରେ ପୋଟାସିୟମ ସ୍ତର ତଳକୁ ଖସିଯାଇଥିଲା। ଆଜି ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇପଡ଼ିବାରୁ ତାଙ୍କୁ ଭୋର ୩ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ