Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ନୂତନ ବିଡିଓ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ସମସ୍ତ ବ୍ଲକ ଲୋକ ପ୍ରତିନିଧି

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ସୋମବାର ନୂତନ ଭାବେ ଯୋଗଦେଇ ଥିବା ବିଡିଓ ଙ୍କୁ ନେଇ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି । ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରେ ଉପାଧ୍ୟକ୍ଷ ନାରାୟଣ ଲୁହା ସଭା ପରିଚାଳନା କରିଥିଲେ । ଏହି ଅବସରରେ ନୂତନ ଭାବେ ଯୋଗଦେଇ ଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ସଭ୍ୟ ଜୋନ- ୧ ଲବ କୁମାର ସାହୁ , ଜିଲ୍ଲା ପରିଷଦ ସଭ୍ୟା ଜୋନ-୨ ଚନ୍ଦ୍ରକାନ୍ତି ଦନ୍ତା , ସରପଞ୍ଚ ସଂଘ ସଭାପତି ଶ୍ରୀୟା କର୍ମୀ , ସମିତି ସଭ୍ୟ ସଭାପତି ଲକ୍ଷ୍ମୀ ନାରାୟଣ ପୁରୋହିତ ଙ୍କ ସହ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତ ର ସରପଞ୍ଚ ,‌ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ଥିବା ବେଳେ ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦି ଧନ୍ୟବାଦ ଅର୍ପଣ କରିଥିଲେ ।