Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ସ୍ବଛତା କାର୍ଯ୍ୟକ୍ରମ ସହ ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତ ଗଠନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଗୋପାଳପୁର,୧୭/୧୦ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ଆବର୍ଜନା ଓ ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତ ଗଠନ ନିମନ୍ତେ’ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ କନିଷି ପଞ୍ଚାୟତ ଅନ୍ତର୍ଗତ କନିଷି ହାଟ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କନିଷି ତହସିଲଦାର ପ୍ରଳୟାନନ୍ଦ ଶତପଥୀ,ରଙ୍ଗେଇଲୁଣ୍ଡା ବିଡ଼ିଓ ବିଶ୍ବଜିତ ରାୟ, ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ,କନିଷି ସରପଞ୍ଚ ବି ସୁଜ୍ଞାନି, ବି ରାଜୁ,ବି ଡମ୍ବରୁ, ସୁନିଲ ପାତ୍ରଙ୍କ ସମେତ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବର ସଭାପତି ରାଜୀବ ଲୋଚନ ମିଶ୍ର, ,ଉପ ସଭାପତି ଦିଲୀପ ସାହୁ ,ସମ୍ପାଦକ ମୁନା ପଟ୍ଟନାୟକ,ସହ ସମ୍ପାଦକ ଟୁଟୁ ମହାପାତ୍ର, କୋଷାଧ୍ୟକ୍ଷ ନବୀନ ଆଚାରୀ, ନରସିଂହ ରାଓ, ସୁଦର୍ଶନ ରାଉଳ, କନିଷି ଅଟୋ ଷ୍ଟାଣ୍ଡ ର ସଦସ୍ୟ ମାନେ ଯୋଗ ଦେଇଥିଲେ ।ବହୁ ପୁରାତନ କନିଷି ହାଟରେ ସ୍ଥାନୀୟ ଅଞ୍ଚଳ ସହ ବାହାରୁ ଦୈନନ୍ଦିନ ବ୍ୟବସାୟୀ ମାନେ ଆସି ଏଠାରେ ବ୍ୟବସାୟ କରୁଥିବା ବେଳେ ସଚେତନତା ଅଭାବରୁ ହାଟ ପରିସରରେ ଅଳିଆ ଆବର୍ଜ୍ଜନାରେ ପରିପୂର୍ଣ୍ଣ ରହୁଛି। ତେଣୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମାଧ୍ୟମରେ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବର ସଭାପତି ରାଜୀବ ଲୋଚନ ମିଶ୍ରଙ୍କ ନେତୃତ୍ବରେ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବର ସଦସ୍ୟମାନେ ହାଟ ପରିସରକୁ ସଫେଇ କରିବା ସହ ବ୍ୟବସାୟୀ ଏବଂ ସ୍ଥାନୀୟ ଲୋକମାନଙ୍କୁ ପରିବେଶ ସଫାସୁତୁରା ରଖିବା ଓ ଆବର୍ଜନା ମୁକ୍ତ କରିବା ପାଇଁ ସଚେତନତା କରାଇବା ସହ ପ୍ଲାଷ୍ଟିକ ମୁକ୍ତ ପଞ୍ଚାୟତ ଗଠନ ନିମନ୍ତେ ଲୋକଙ୍କୁ ସଚେତନତା ସୃଷ୍ଟି କରାଯାଇଥିଲା। ନିଜ ଦୋକାନ ରୁ ବାହାରୁଥିବା ଅଳିଆ କୁ ଚାରିଆଡ଼େ ନପକାଇ ପଞ୍ଚାୟତ ପକ୍ଷରୁ ନିର୍ଧାରିତ ସ୍ଥାନରେ ପକାଇବାକୁ ରଙ୍ଗେଇଲୁଣ୍ଡା ପ୍ରେସ କ୍ଲବ ପକ୍ଷରୁ ଅନୁରୋଧ କରାଯାଇଛି ।
ପଲିଥିନ ଜରି ଓ ପ୍ଲାଷ୍ଟିକ ବୋତଲ ପାଇଁ ପରିବେଶ ଓ ଜଳବାୟୁ ପ୍ରଦୂଷଣ ହେଉଥିବାରୁ ଅଧିକାଂଶ ସମୟରେ ଗାଈଗୋରୁ ମୃତ୍ୟୁର ଶିକାର ହେଉଥିବା ବେଳେ ମଣିଷର ଚର୍ମ ରୋଗ ତଥା ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଯେଉଁଥିପାଇଁ ଏଗୁଡିକ ଯେତେ ସମ୍ଭବ କମ ବ୍ୟବହାର କରିବା ସହ ପରିବେଶ ସ୍ବଚ୍ଛ ରଖିବା ପାଇଁ ଅନୁରୋଧ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories