Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ଜୀବ ନିଷ୍ଠୁରତା ନିରୋଧ ଆଇନ ଓ ପଶୁ କଲ୍ୟାଣ ସଚେତନତା ଶିବିର ଅନୁଷ୍ଠିତ

ଭବାନୀପାଟଣା, ୧୭/୧୦ (ଜଗନ୍ନାଥ ନାଏକ) : ଆଜି ସ୍ଥାନୀୟ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ , କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ “ ଜିଲ୍ଲାସ୍ତରୀୟ ଜୀବ ନିଷ୍ଠୁରତା ନୀରୋଧ ଆଇନ ଓ ପଶୁକଲ୍ୟାଣ ସଚେତନତା ଶିବିର” ଅନୁଷ୍ଠିତ ହୋଇଯାଇଛି।ସଭାରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିଲେ। ପ୍ରଥମେ ଡଃ ହେମନ୍ତ କୁମାର ପ୍ରଧାନ ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ସଭାର ଉଦ୍ଦେଶ୍ୟ ସମ୍ପର୍କରେ ଜଣାଇଥିଲେ ।
ଡଃ ଅଶୋକ ପଣ୍ଡା , ଅତିରିକ୍ତ ଜିଲ୍ଲାପ୍ରାଣୀ ଚିକିତ୍ସାଧାରୀ ( ଜୀବେ କଲ୍ୟାଣ ) , କଳାହାଣ୍ଡି , ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜୀବେ କଲ୍ୟାଣ କାର୍ଯ୍ୟକ୍ରମ ତଥା ରାଜ୍ୟ ସରକାରଙ୍କ ତରଫରୁ ପ୍ରଣୀତ ବିଭିନ୍ନ ଯୋଜନା ବିଷୟରେ ଜଣାଇଥିଲେ । ବିଶେଷ ଭାବରେ ବୁଲା , ପରିତ୍ୟକ୍ତ ଓ ରୋଗୀଣା ଗାଇ, ଷଣ୍ଡ, କୁକୁର ଓ ଅନ୍ୟ ଗୃହ ପାଳିତ ପଶୁ ଙ୍କୁ ଉଦ୍ଧାର, ଯତ୍ନ ଓ ଚିକିତ୍ସା ଉପରେ ସବିଶେଷ ସୂଚନା ଦେଇଥିଲେ।ସଭାରେ ଜିଲ୍ଲାପାଳ ଭବାନୀପାଟଣା ମୁନିସିପାଲିଟିରେ ବୁଲା ଗାଇ ଗୋରୁଙ୍କ ନିୟନ୍ତ୍ରଣର ଆବଶ୍ୟକ ରହୁଛି ଏବଂ ଏଥିପାଇଁ ସ୍ଵେଚ୍ଛାକୃତ ଭାବେ ଏକ ଗୋଶାଳା ସ୍ଥାପନ କରାଗଲେ ବିକ୍ଷିପ୍ତ ଭାବେ ରାସ୍ତା ଘାଟରେ ବୁଲୁଥିବା ନିଜେ ଦୁର୍ଘଟଣା ଓ ଦୁର୍ଘଟଣାର କାରଣ ହେଉଥିବା ପଶୁଙ୍କୁ ରକ୍ଷା କରାଯାଇପାରନ୍ତା ବୋଲି କହିଥିଲେ।
ପ୍ରାଣୀସମ୍ପଦ ବିଭାଗ ତରଫରୁ ପଶୁଜନ୍ତୁ ଙ୍କ ପାଇଁ ଆମ୍ବୁଲାନ୍ସ ର ବ୍ୟବସ୍ଥା ୨୪*୭ କରାଯାଇଛି ଏବଂ ଏଥିପାଇଁ ଯେ କୌଣସି ବ୍ୟକ୍ତି ହେଲ୍ପ ଲାଇନ ନମ୍ବର ୧୯୬୨ କୁ ଫୋନ କଲ୍ କରି ଆହତ ରୋଗିଣା ପଶୁକୁ ସାହାଯ୍ୟ କରିପାରିବେ।ସଭାର ଆଲୋଚନାଚକ୍ରରେ ଶ୍ରୀ ସଂଜୀବ ଯୋଶୀ ,ସୁପ୍ରିମ କୋର୍ଟ ଆଇନଜୀବୀ ଜୀବେ ନିଷ୍ଠୁରତା ଆଇନ ଉପରେ ପ୍ରାରବ୍ଧ ଭାବରେ କହିଥିଲେ । ଆଲୋଚନାଚକ୍ରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ପ୍ରତ୍ଯକ୍ଷ ରୂପେ ଅଂଶଗ୍ରହଣ କରିଥିଲେ।
ଡଃ କେଦାର ନାଥ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ ।ସଭାରେ ଅନ୍ୟ ମାନଂକ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ,ବ୍ଲକ୍ ଅଧ୍ୟକ୍ଷ,ସରପଞ୍ଚ ,ଏ ଡି ପି ଏଚ ଓ, ଡି ଆଇ ପି ଆର୍ ଓ,ସହକାରୀ ଜିଲ୍ଲାପାଳ, ଡି ଏଫ୍ ଓ, ସ୍ବେଛାସେବୀ ସଂସ୍ଥା ଦାପ୍ତା, ଆତ୍ମା,ଗୋପାଳ ଗୋଶାଳା କେସିଙ୍ଗା କର୍ମକର୍ତ୍ତା, ପ୍ରାଣୀ ସମ୍ପଦ ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ