Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଅବକାରୀର ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ

ଝାରସୁଗୁଡା ୧୭/୧୦ (ଓଡ଼ିଶା ନ୍ୟୁଜ) ପାର୍ବଣ ପୁଜା କିପରି ଭାବେ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେଥିପାଇଁ ସମ୍ବଲପୁର ଜିଲ୍ଲା ସ୍ୱତନ୍ତ୍ର ଟିମ ଓ ବେଳପାହାଡ଼ ଅବକାରୀ ବିଭାଗ ମିଳିତ ଭାବେ ଆଜି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ଏବଂ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ, ମଦ ପ୍ରସ୍ତୁତି ସରଞ୍ଜାମ ଜବତ କରିଵା ସହ ୭ ଜଣଙ୍କୁ ଗିରଫ କରିଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଲଖନପୁର ଥାନା ଅନ୍ତର୍ଗତ ଠେବେରା ଗ୍ରାମର ନିମାଇଁ ଚରଣ ମୁଣ୍ଡା(୩୨)ଙ୍କ ଠାରୁ ୧୯ ଲିଟର ଓ ନିରଞ୍ଜନ ଚୌଧୁରୀ (୫୨)ଙ୍କ ଠାରୁ ୧୭ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ରେଙ୍ଗାଲି ଥାନା ଅନ୍ତର୍ଗତ ବିଜାପାଲି ଗ୍ରାମର ସଧେ ମୋହନ ଅଂଶାରୀ (୩୯) ଙ୍କ ଠାରୁ ୧୫ ଲିଟର,ଝାରୁପଡ଼ା ଗ୍ରାମର ଗୋବିନ୍ଦ ଗଣ୍ଡ(୩୨) ଙ୍କ ଠାରୁ ୧୬ ଲିଟର ଦେଶୀ ମଦ ଓ ପୁରୁଷୋତ୍ତମ ସତନାମୀ (୩୦) ଙ୍କ ଠାରୁ ୨୫୦ ଲିଟର ଦେଶୀ ମଦ,ପଞ୍ଚଗାଁ ପଟେଲ ଢ଼ାବାରୁ ୨.୭ ଲିଟର ବିଦେଶୀ ମଦ ସହ ବିଦେଶୀ ମଦ ବୋଟିଲିଙ୍ଗ ପାଇଁ ରଖିଥିବା ୧୫ ଟି ଖାଲି ବୋତଲ, ୩୦୨ ଟି ବିଭିନ୍ନ ବ୍ରାଣ୍ଡର ଲେବଲ ଓ ୩୩୦ ଟି ଖୋଲା ଠିପି ଜବତ କରା ଯାଇଛି । ସେହିପରି ବେଳପାହାଡ଼ ଶ୍ରୀରାମ ନଗରର ନାରେନ ବିଶ୍ୱାଳଙ୍କ ଠାରୁ ୮ ଲିଟର ଦେଶୀ ମଦ ଜବତ କରିବା ସହ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା ବେଳପାହାଡ଼ ଅବକାରୀ ଅଧିକାରୀ ବିନୟ ତିର୍କୀ ସୂଚନା ଦେଇଛନ୍ତି । ଆଜିର ଚଢ଼ାଉ ସମୟରେ ବେଳପାହାଡ଼ ଅବକାରୀ ଅଧିକାରୀ ବିନୟ ତିର୍କୀ ଙ୍କ ସହିତ ଓଆଇସି ଦେବେନ୍ଦ୍ର ପରିଜା ଓ ଅଲେଖ ପ୍ରଧାନ, ସମ୍ବଲପୁର ଓଆଇସି ଇଆଇ ଏଣ୍ଡ ଇବି ଭିକ ଓରାମ ଙ୍କ ସହିତ ସମ୍ବଲପୁର ଏବଂ ବେଳପାହାଡ଼ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ଥିଲେ ।

More Stories