Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ବଢିଲା ସୁନା ଦର

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ସ୍ତରରେ ମୂଲ୍ୟବାନ ଧାତୁର ମୂଲ୍ୟ ବୃଦ୍ଧି ଯୋଗୁ ଶୁକ୍ରବାର ଦିନ ରାଜଧାନୀରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୭୦ ଟଙ୍କା ବୃଦ୍ଧି ପାଇଁ ୫୯,୪୫୦ ଟଙ୍କାରେ ପହଞ୍ଚିଛି।

ଗତକାଲି ସୁନା ଦାମ୍‌ ୧୦ ଗ୍ରାମ ପିଛା ୫୯,୩୮୦ ଟଙ୍କା ଥିଲା। ସେହିପରି ରୂପା ଦାମ୍‌ କିଲୋଗ୍ରାମ ପିଛା ୫୨୦ ଟଙ୍କା ବୃଦ୍ଧି ପାଇ ୭୦,୫୦୦ ଟଙ୍କାରେ ପହଞ୍ଚିଛି।

ଆନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ମୂଲ୍ୟ ଯଥାକ୍ରମେ ୧୯୮୭ ଡଲାର ଏବଂ ୧୩.୧୭ ଡଲାର ବୃଦ୍ଧି ପାଇଛି।

ସେହିପରି ଆଜି ଭୁବଶ୍ବେରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୬୦ ହଜାର ରହିଥିବା ବେଳେ ୨୨ କ୍ୟାରେଟ୍‌ ସୁନା ଦା ୫୫ ହଜାର ରହିଛି। ସେହିପରି ରୂପା ଦାମ କିଲୋଗ୍ରାମ ପିଛା ୭୫, ୭୦୦ ଟଙ୍କା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories