Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କେନଝିରିଆପାଲି ରେ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତ ସଭାଗୃହ ଠାରେ ‘ଓଡିଶା ମୋ ପରିବାର’ ଜୀବନ ବିନ୍ଦୁ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଓଡିଶା ମୋ ପରିବାର ଜିଲ୍ଲା ସଂଯୋଜକ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ଙ୍କ ନେତୃତ୍ବରେ ଉକ୍ତ ଶିବିର ଅନୁଷ୍ଠିତ ହୋଇ ଥିଲା । ଉକ୍ତ ରକ୍ତଦାନ ଶିବିର କୁ କେନଝିରିଆପାଲି ସରପଞ୍ଚ ସସ୍ମିତା ଦୀପ ଅନୁଷ୍ଠାନିକ ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏଥିରେ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l ଡା. ବିଶ୍ଵନାଥ ରଥ ଓ ସୋନପୁର ବ୍ଲଡ ବ୍ୟାଙ୍କ କର୍ମଚାରୀ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ । ଉକ୍ତ ଶିବିରକୁ ବିଜେଡି ଯୁବ ନେତା ଆଲୋକ କୁମାର ଦେହୁରୀ , ଚିତ୍ତ ରଞ୍ଜନ କମ୍ପ , ଚିତ୍ତ ରଞ୍ଜନ ଦାଶ , ବୁଲୁ ବେହେରା , ପୃଥ୍ୱୀରାଜ ମହାକୁର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ l