ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ନୂଆଁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ବିପଦ ସଙ୍କୁଳ ଶ୍ରେଣୀ ଗୃହ ଥିବାରୁ ଛାତ୍ରଛାତ୍ରୀ ମାନେ ଗଛ ତଳେ ପାଠ ପଢୁଥିବା ଦେଖାଦେଇଛି। ଉକ୍ତ ବିଦ୍ୟାଳୟର ଟି ୧୯୭୧ ମସିହାରେ ସ୍ଥାପିତ ହୋଇ ଥିବାବେଳେ ଉକ୍ତଦିନ ଠାରୁ ଶ୍ରେଣୀ କୋଠରୀ ମରାମତି ହୋଇପାରିନାହିଁ । ଫଳରେ ଭିତରୁ ପଟୁ ଛାତରୁ ସିମେଣ୍ଟ ଖସିବା ସହ ଛଡ ଦେଖାଦେଇ ଫାଟ ସୃଷ୍ଟି ହୋଇଛି । ଯେକୋୖଣସି ମୂହୁର୍ତ୍ତରେ ଭୁଷୁଡି ପଡିବା ସମ୍ଭାବନା ରହିଛି । ଫଳରେ ଛାତ୍ରଛାତ୍ରୀ ମାନେ ଗଛ ତଳେ ବସି ପଢୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ପାଇନଥିବା ଅଭିଯୋଗ କରି ସୋମବାର ଗ୍ରାମର ବହୁ ମହିଳା ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ଉକ୍ତ ସମସ୍ୟା ଉପରେ ଅଭିଯୋଗ କରିଥିଲେ । ମଙ୍ଗଳବାର ଜିଲ୍ଲାପାଳ ଶ୍ରୀ ରାୟ , ଜିଲ୍ଲା ଉନ୍ନୟନ ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ , ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଉକ୍ତ ବିଦ୍ୟାଳୟର ପରିଦର୍ଶନ କରିଥିଲେ । ସ୍କୁଲର ସମସ୍ତ ସମସ୍ୟା ଉପରେ ପରଖିବା ସହ ଅଭିଭାବକ ଙ୍କ ସହ ଆଲୋଚନା କରିଥିଲେ । ପ୍ରଶାସନ ପକ୍ଷରୁ ୧୫ ଲକ୍ଷ ପ୍ରଦାନ କରିବା ସହ ୩ ମାସ ଭିତରେ ନୂତନ ସ୍କୁଲ ଗୃହ ନିର୍ମାଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଉକ୍ତ ସମୟରେ ସ୍ଥାନୀୟ ସରପଞ୍ଚ ପ୍ରମୋଦ କୁମାର ମହାପାତ୍ର, ବିଜେପି ନେତା ଶରତ କୁମାର ମିଶ୍ର, ଗ୍ରାମର ଅଭିଭାବକ , ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଥିଲେ।
ନୂଆପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ଶ୍ରେଣୀ କୋଠାରୀ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ପିଲା ପାଠ ପଢୁଥିଲେ ଗଛ ତଳେ
