ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚମ୍ପେଶ୍ୱର ପାଣିପଞ୍ଚlୟତ୍ ର ତଳ ମୁଣ୍ଡକୁ ମଙ୍ଗଳବାର ବିଭାଗୀୟ ସହକାରୀ ଯନ୍ତ୍ରୀ କୃଷ୍ଣ ଚନ୍ଦ୍ର ଜେନା ବୁଲି ଦେଖିଛନ୍ତି l ପାଣି ପଂଚାୟତ ସମ୍ପାଦକ ବରିଷ୍ଠ ଚାଷୀ ନେତା କିଶୋର ହୋତା ଙ୍କ ଉଦ୍ୟମ କ୍ରମେ ଆଜି ଚମ୍ପାମାଲ ସବ ମାଇନର କେନାଲ ତଳ ମୁଣ୍ଡ ରେ ଥିବା ସିଡି ନିକଟକୁ ଯାଇ କେନାଲ ର ଅବସ୍ଥା ବୁଲି ଦେଖିବା ସହ ତଳମୁଣ୍ଡ ଚାଷ ଜମି କୁ ଜଳ ର ସୁଷମ ବଣ୍ଟନର ସୁବନ୍ଦୋବସ୍ତ କରିବାକୁ ଜୁନିୟର ଇଂଜିନିୟର ଅମୀୟ ବଲ୍ଳଭ ଦାଶ ଙ୍କୁ ନିର୍ଦେଶ ଦେଇଥିଲେ l କେନାଲ ର ଅନେକ ସ୍ଥାନରେ କଂକ୍ରିଟ ଲାଇନିଙ୍ଗ ହୋଇଛି l ଆଉ କିଛି ଅଂଶ ବାକି ରହିଥିବା ବେଳେ ଚମ୍ପେଶ୍ୱର ପାଣି ପଂଚାୟତ ର ୮୧୨. ୪୪ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ପାଇଁ ତାଙ୍କ ଉଦ୍ୟମ ଜାରୀ ରହିବ ବୋଲି ପାଣିପାଞ୍ଚାୟତ ସମ୍ପାଦକ କିଶୋର ହୋତା ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
ବୀରମହାରାଜପୁର ହରିହର ଜୋର କେନାଲ ତଳମୁଣ୍ଡ ବୁଲି ଦେଖିଲେ ବିଭାଗୀୟ ଯନ୍ତ୍ରୀ
