କୋଟସମଲାଇ ରେ ଡୁମାଲ ସମାଜର ବାର୍ଷିକ ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ସ୍ଥିତ ମାହେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଡୁମାଲ ସମାଜର ବାର୍ଷିକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରର ସ୍ଥାୟୀ ସଭାପତି ନରସିଂହ ପଧାନଙ୍କ ଉକ୍ତ ବୈଠକରେ ସଭାପତିତ୍ୱରେ କରିଥିଲେ । ଉକ୍ତ ବୈଠକରେ ପ୍ରଥମେ ମା ‘ ମାହେଶ୍ୱରୀ ଙ୍କ ପଦ ବନ୍ଦନା କରାଯାଇଥିଲା । ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କୁ ପୂର୍ବ ବର୍ଷର ଆୟବ୍ୟୟ ର ବିବରଣୀ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା । ଏହା ସହିତ ସମାଜ ସଂଗଠନ କୁ ମଜଭୁତ କରିବା , କୃଷି , ଗୋପାଳନ , ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ କ୍ଷେତ୍ରରେ କିପରି ସୁଦୃଢ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା l ଉପସ୍ଥିତ ସମସ୍ତ ସଭ୍ୟ ମାନଙ୍କ ଦ୍ୱାରା ସର୍ବସମ୍ମତିକ୍ରମେ ନୂତନ କମିଟି କମିଟି ଗଠନ କରାଗଲା । ଏଥିରେ ସଭାପତି ଭାବେ ନରସିଂହ ପଧାନ , ଉପସଭାପତି -ସୁରୁବାବୁ ପଧାନ , ସମ୍ପାଦକ- ଶଶୀକାନ୍ତ ପଧାନ , ସହ ସମ୍ପାଦକ -ସୁଦାମ ମହାକୁର , କୋଷାଧକ୍ଷ- ସୁବାଷ ପାତ୍ର , ଜିଲ୍ଲା ପ୍ରତିନିଧି ଉପଦେଷ୍ଟା କମିଟି ଚେୟାରମ୍ୟାନ- ଜାନକୀରାମ ଦେହେରି ଙ୍କୁ ମନୋନୀତ କରାଗଲା । ଏହା ସହିତ ସଭ୍ୟ ଭାବେ ପ୍ରମୋଦ ପାତ୍ର , ହୁଙ୍କାରୁ ଗଡୁଆ , ବିହାରୀ ପଧାନ , ଫଗୁନୁ ପଧାନ , ଜଗଦୀଶ କର୍ଣ୍ଣ , ରାଧେଶ୍ୟାମ ଅମାତ , ରଙ୍କମଣି ମେଣ୍ଡିଲି , ନନ୍ଦିଘୋଷ ବଘାର , ଗଦାଧର ମେଣ୍ଡିଲି ପ୍ରମୁଖଙ୍କୁ ଚୟନ କରାଯାଇଥିଲା l ବୀରମିତ୍ର ପଧାନ , ଜୁଷ୍ମନ୍ତ ପଧାନ , ଶିବ ମହାକୁର , ସଦାନନ୍ଦ ମେଣ୍ଡିଲି , ସତ୍ୟଜିତ ଗଡୁଆ ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।