ବୀରମହାରାଜପୁର : ଶିଶୁ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭା ର ବିକାଶ ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଓଡିଶା ସରକାର ଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ହେଉଛି ସୁରଭି l ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ 17 ଟି କ୍ଲଷ୍ଟର ର ଛାତ୍ର ଛାତ୍ରୀ ଙ୍କୁ ନେଇ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି l ଦଶରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ମାନଙ୍କ ଦୁଲୁ ଦୁଲି ବାଦ୍ୟ ରେ ଦୁଲୁକି ଉଠିଛି ମଞ୍ଚ l ଉଦଘାଟନୀ ସଭା ରେ ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ବେସ୍ରା , ତହସିଲଦାର ଦିଲ୍ଲୀପ କୁମାର ମାଝୀ , ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ନଳିନୀ କୁମ୍ଭାର , ଉଲୁଣ୍ଡା ଥାନା ଅଧିକାରୀ ଙ୍କ ପ୍ରତିନିଧି ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ l ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲକ ବିହାରୀ ପଣ୍ଡା ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭା ରେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାର୍କଣ୍ଢ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ସହ ଗୋଷ୍ଠୀ ଅଧିକାରୀ ଜନାର୍ଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ଉଦଯାପନୀ ସଭା ରେ ପଂଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିବା ବେଳେ, ଉଲୁଣ୍ଡା ସରପଞ୍ଚ ରଶ୍ମିତା ଭୋଇ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁକେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ପ୍ରତ୍ୟେକ ବିଭାଗ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ଆଗାମୀ ଦିନ ରେ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଯୋଗଦାନ କରିବେ l ସଂଗୀତ ନିର୍ଦେଶକ ତଥା ଉଲୁଣ୍ଡା ଉଚ୍ଚ ବିଦ୍ୟାଳୟ ର ସଂଗୀତ ଶିକ୍ଷକ ପ୍ରଭାତ ଦାଶ ଙ୍କ ସଂଯୋଜନା ରେ ଉକ୍ତ ବିଦ୍ୟାଳୟ ର ଛାତ୍ରୀ ମାନେ ଉଭୟ ପ୍ରାରମ୍ଭିକ ଓ ଉଦଯାପନୀ ସଂଗୀତା ପରିବେଷଣ କରିଛନ୍ତି l ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଓ ହୃଷିକେଶ ଚାନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଅନିରୁଦ୍ଧ କୁରକୁରିଆ , ସିଆର ସି ସି ବେଣୁଧର ସୁରୁଜାଲ , ଗୌତମ ମେଣ୍ଡିଲି , ବିଶ୍ୱଜିତ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ 17 ଗୋଟି କ୍ଲଷ୍ଟର ର ସିଆରସି ସି , ବିଭିନ୍ନ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ l ବିଚାରକ ଭାବେ ଶିକ୍ଷକ ସୁରେଶ ପଧାନ, ମନୋରଞ୍ଜନ ପାଣ୍ଡିଆ , ସନ୍ତୋଷ ପାଣିଗ୍ରାହୀ , ବିରେନ ମିଶ୍ର , ଟିକେଶ୍ୱର ପାଣ୍ଡିଆ , କେଶବ ଦାଶ , ପ୍ରଭାସ ମେହେର , ସତ୍ୟ ନାରାୟଣ ମେହେର , ଚିତ୍ତ ରଞ୍ଜନ ପୁଝାରୀ , ସୁପ୍ରଭା ପାଣିଗ୍ରାହୀ ,ବାଚସ୍ପତି ପଣ୍ଡା , ବିଜୟ ହୋତା , ସୃତିରେଖା ନାଏକ , ଯଥାରିଞ୍ଚ ସାହୁ , ବ୍ୟୋମକେଶ ତ୍ରିପାଠୀ , ଅଚ୍ୟୁତ ରଣା , ସୂର୍ଯ୍ୟ ନାରାୟଣ ମହାପାତ୍ର , ଗୋପବନ୍ଧୁ କୁମ୍ଭାର , ଜଗଦୀଶ ଦାଶ , ନିଗମାନନ୍ଦ ଦେହୁରୀ , ଜିତେନ୍ଦ୍ର ପରଡିଆ , ସୁଧାଂଶୁ ଲୁହା , ପ୍ରଦୀପ ଗଣିକ , ପ୍ରଦୀପ ଲୁହା , ବାବୁଲୁ ସେଠି , ଅକ୍ଷୟ ମିଶ୍ର , ରମେଶ ମିଶ୍ର ପ୍ରମୁଖ ଯୋଗଦାନ କରି କୃତୀ ଛାତ୍ର ଛାତ୍ରୀ ଙ୍କୁ ମନୋନୀତ କରିଥିଲେ l ବିରାମହlରାଜପୁର ବ୍ଲକ ର ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନାରାୟଣ ଦେହେରୀ ଯିଏ କି ଏକାଧାରରେ ଜଣେ ସଫଳ କଳାକାର , ନାଟ୍ୟ ନିର୍ଦେଶକ , ନାଟ୍ୟ ରଚୟିତା , ତାଙ୍କୁ ଏ ଅବସରରେ ସମ୍ବର୍ଦ୍ଧିତ କରା ଯାଇଥିଲା l
ଉଲୁଣ୍ଡା ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ
