ଅବସରପ୍ରାପ୍ତ ଶିକ୍ଷକ ଦାମୋଦର ହୋତାଙ୍କ ହୃଦଘାତରେ ଦେହାନ୍ତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ଉଫୁଲା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାମୋଦର ହୋତା (୮୬ ) ଙ୍କ ବୁଧବାର ହୃତଘାତରେ ପରଲୋକ ହୋଇଯାଇଛି । ସେ ୧୯୫୭ ମସିହାରେ ଶିକ୍ଷକତା ଆରମ୍ଭ କରି ୨୦୦୧ରେ ଅବସରର ଗ୍ରହଣ କରିଥିଲେ । ଅନ୍ତିମ ସଂସ୍କାର ସମୟରେ ଜ୍ୟେଷ୍ଠ ପୁତ୍ର ଅଶୋକ ହୋତା , ଅଧ୍ୟାପକ ଅଶ୍ବିନୀ ହୋତା , ସନ୍ତୋଷ ହୋତା , ଗିରିଧାରୀ ହୋତା , ଝିଅ ଆନନ୍ଦିନୀ , ଜ୍ବାଇଁ ନରେନ୍ଦ୍ର ଚାନ୍ଦ ଉପସ୍ଥିତ ଥିଲେ। ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ଲାଲମନି ଚାନ୍ଦ , ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଡ଼ ପ୍ରଫୁଲ୍ଲ କୁମାର ରଥ , ଦିଲ୍ଲୀପ କୁମାର ତ୍ରିପାଠୀ , ଯୁଗଳ କିଶୋର ମିଶ୍ର , ଲଳିତ କୁମାର କର , ଆଇନଜୀବି ସନ୍ତୋଷ କୁମାର ଚାନ୍ଦଙ୍କ ସମେତ ଶତାଧିକ ବ୍ୟକ୍ତି ତାଙ୍କର ଅନ୍ତିମ ଦର୍ଶନ କରି ଶବ ସଂସ୍କାର ରେ ସାମିଲ ହୋଇଥିଲେ । ସ୍ବର୍ଗତ ହୋତାଙ୍କ ଅନ୍ତିମ ସଂସ୍କାର ପଣ୍ଡାପାଲି ସ୍ୱର୍ଗ ଦ୍ବାର ଠାରେ ଅନୁଷ୍ଠିତ ହୋଇଥିବାବେଳେ ତୃତୀୟ ପୁତ୍ର ବିଜୟ ହୋତା ମୁଖାଗ୍ନୀ ଦେଇଥିଲେ ।