Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶାଲପାଲି ରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତ ର ବିଶାଲପାଲି ଗ୍ରାମରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚ୍ ରେ ଫୁଲଚରା କୁ ହରାଇ ଲାତୁରପେଟ ଚାମ୍ପିଅନ ହୋଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ଶ୍ରେଷ୍ଠ ଆଠ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଉଦଘାଟନୀ ମ୍ୟାଚ୍ ଟି ବିଶାଲପାଲି ଓ ବର୍ଡାକଟା ମଧ୍ୟରେ ହୋଇଥିଲା । ଏଥିରେ ବର୍ଡ଼ାକଟା ଦଳ ୧-୦ ଗୋଲରେ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଥିଲା । ଦ୍ଵିତୀୟ ମ୍ୟାଚ୍ ଟି ଲାତୁରପେଟ ଓ ଘିଚାପାଲି ମଧ୍ୟରେ ହୋଇଥିବା ବେଳେ ଲାତୁରପେଟ ୨-୦ ଗୋଲ ରେ ବିଜୟୀ ହୋଇ ସେମିରେ ପ୍ରବେଶ କରିଥିଲା । ତୃତୀୟ ମ୍ୟାଚ୍ ଟି ମାଣିକପୁର ଓ ଫୁଳଚରା ମଧ୍ୟରେ ହୋଇ ଫୁଲଚରା ବିଜୟୀ ହୋଇଥିଲା । ଅନ୍ତିମ ଲିଗ୍ ମ୍ୟାଚ୍ ଟି ସୁବଳୟା ଓ ଲସ୍ତଲା ମଧ୍ୟରେ ହୋଇଥିବା ବେଳେ ଏଥିରେ ଲସ୍ତଲା ୧-୦ ଗୋଲ ରେ ବିଜୟୀ ହୋଇ ସେମୀରେ ପ୍ରବେଶ କରିଥିଲା । ପ୍ରଥମ ସେମି ଫାଇନାଲ ମ୍ୟାଚ ରେ ବର୍ଡ଼ାକଟା କୁ ୨-୦ ଗୋଲରେ ପରାସ୍ତ କରି ଲାତୁରପେଟ ଦଳ ପ୍ରଥମ ଦଳ ଭାବେ ଫାଇନାଲ ରେ ପ୍ରବେଶ କରିଥିଲା । ଦ୍ଵିତୀୟ ସେମି ଫାଇନାଲ ରେ ଫୁଲଚରା ଦଳ ପେନାଲ୍ଟି ସୁଟ ଆଉଟ୍ ରେ ୧-୦ ଗୋଲରେ ଲସ୍ତଲା କୁ ପରାସ୍ତ କରି ଫାଇନାଲ ରେ ପ୍ରବେଶ କରିଥିଲା । ଫଳରେ ଫାଇନାଲ ମ୍ୟାଚ୍ ଟି ଲାତୁରପେଟ ଓ ଫୁଲଚରା ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟର ଗୋଲ ଶୂନ୍ୟ ରହିବାରୁ ପେନାଲ୍ଟି ଶୁଟ ଆଉଟ ରେ ୧-୦ ଗୋଲ ରେ ବିଜୟୀ ହୋଇ ଲାତୁରପେଟ ଚାମ୍ପିଅନ ହୋଇଥିଲା। ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଏବଂ ଆତ୍ମା ଅଧ୍ୟକ୍ଷ ବିବଶ୍ଵତି ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଲାତୁରପେଟ ଦଳକୁ ଟ୍ରଫି ସହିତ ନଗଦ ୫ ହଜାର ଟଙ୍କା ଏବଂ ରନର୍ସ ଅଫ ଫୁଲଚରା ଦଳକୁ ଟ୍ରଫି ସହିତ ନଗଦ ୪ ହଜାର ଟଙ୍କା ପୁରସ୍କୃତ କରିଥିଲେ। ମ୍ୟାଚ୍ ଗୁଡିକରେ ଅଜିତ ନାଏକ , ଶ୍ରବଣ ବିଶ୍ଵାଳ , ପ୍ରଶାନ୍ତ ସେଠୀ ଓ ବିଦ୍ୟାଧର ସହୁ ରେଫରି ଭାବେ ଖେଳ ପରିଚାଳନା କରିଥିଲେ। ଆୟୋଜକ ଅବିନାଶ ରାଏ , ଲୁଭନ କଲତା , ସତ୍ୟରାଜ ଵୁଡ଼ା , ନୀତିନ କଲତା , ଟୁନା କଲତା , ନରେନ୍ଦ୍ର ପ୍ରଧାନ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ