ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଷଣ୍ଢା ଗ୍ରାମରେ ମାଁ ମାହେଶ୍ୱରୀ ଙ୍କ ବାଡ଼ି ଯାତ୍ରା ମହୋତ୍ସବ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି l ମହୋତ୍ସବ କମିଟି ର ସଭାପତି ସୁମନ୍ତ ଜଗଦଲା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ବୀରମହାରାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଉକ୍ତ ସାଂସ୍କୃତିକ ମଞ୍ଚରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ , ବାଗବର ସରପଞ୍ଚ ନିରୁପମା ବଗର୍ତ୍ତୀ , ମୁଣ୍ଡଘାଟ ସରପଞ୍ଚ କିଶନ ଜଗଦଲା , ସମାଜସେବୀ କିଶୋର ହୋତା , ବରିଷ୍ଠ ସାମ୍ବାଦିକ ଯୁଗଳ କିଶୋର ମିଶ୍ର ପ୍ରମୁଖ ଯୋଗ ଦେଇଥିବାବେଳେ ପ୍ରଦୀପ ପଧାନ ସଭା ସଂଯୋଜନା କରିଥିଲେ l ଜୁଯୁମୁରା ମାବୁଢୀ ଷୋଳ ସୁଆଙ୍ଗ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା l ତିନି ଦିନ ଧରି ହେବାକୁ ଥିବା ଏହି ବାଡ଼ିଯାତ୍ରା ମହୋତ୍ସବ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଆୟୋଜକ କମିଟୀ ପକ୍ଷରୁ ସୂଚନା ଦିଆଯାଇଛି l ଶେଷରେ ବରିଷ୍ଠ ସଦସ୍ୟ ଭକ୍ତରାମ ଖେତୀ ଧନ୍ୟବାଦ ଅର୍ପଣ କରିଥିଲେ l
ଶଣ୍ଢା ମାହେଶ୍ଵରୀ ବାଡ଼ି ମହୋତ୍ସବ ରେ ଯୋଗଦେଲେ ବିଧାୟକ ପଦ୍ମନାଭ ବେହେରା
