ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ସଭା ଗୃହ ଠାରେ ମାହେଶ୍ୱରୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଡୁମାଳ ପରିଷଦ ଜିଲ୍ଲା ଶାଖା ଓ ମାହେଶ୍ୱରୀ ସେନା ମିଳିତ ଆନୁକୁଲ୍ୟରେ ଜିଲ୍ଲା ସଭାପତି ଅଶ୍ଵିନୀ କୁମାର ମହାକୁରଙ୍କ ପୌରହିତ୍ୟରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୀରମହାରାଜପୁର ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆସନ୍ତା ନଭେମ୍ବର ୫ ତାରିଖ ରେ ଉକ୍ତ ମହୋତ୍ସବ ଆୟୋଜନ ହେବାର ସ୍ଥିରୀକୃତ ହୋଇଛି । ସେଥିପାଇଁ ପ୍ରଥମେ ମହୋତ୍ସବ ପରିଚାଳନା ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏଥିରେ ମାହେଶ୍ୱରୀ ମହୋତ୍ସବ ପରିଚାଳନା କମିଟି ସଭାପତି ଭାବେ ମୀନକେତନ ମହାକୁର ଙ୍କୁ ମନୋନୀତ କରିଥିଲେ I କାର୍ଯ୍ୟକାରୀ ସଦସ୍ୟ ଭାବରେ କିଶୋର କର୍ମୀ , ଲୋକନାଥ ମାହାର , ମନୋରଞ୍ଜନ ପଧାନ , ଦାମୋଦର ମହାକୁର , ପ୍ରବୀଣ ପଧାନ , ରଘୁନାଥ ମହାକୁର , ଅର୍ଜୁନ ପଧାନ , ଜିତେନ୍ଦ୍ର ମେଣ୍ଡିଲି ରାକେଶ ଦେହେରୀ , ଶ୍ରୀୟା କର୍ମୀ , କୌଶଲ୍ୟା ମହାକୁର , ଅଶ୍ଵିନୀ କୁମାର ମହାକୁର , କୃଷ୍ଣ ଚନ୍ଦ୍ର କମ୍ପ , ବିକାଶ ମହାକୁର ପ୍ରମୁଖଙ୍କୁ ମନୋନୀତ କରା ଯାଇଥିଲା I ମାହେଶ୍ୱରୀ ସେନା କୈଲlଶ ମହାକୁର , ସୁଧାଂଶୁ କର୍ଣ୍ଣ , ସୁବ୍ରତ ପାତ୍ର , ପ୍ରଦୀପ ପଧାନ , ଆଲୋକ ପଧାନ , ଘାସିରାମ ମହାକୁର , ବିକାଶ ରଞ୍ଜନ ମହାକୁର ସମେତ ଅନ୍ୟ ସ୍ବେଚ୍ଛାସେବୀ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବୀରମହାରାଜପୁର ରେ ମାହେଶ୍ୱରୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
