ଖଣ୍ଡହତା ରେ ଦୁର୍ଗା ପୂଜା ପାଇଁ କଳସ ଶୋଭାଯାତ୍ରା


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ରେ ଚଳିତ ବର୍ଷ ପ୍ରଥମ ଥର ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ମହିଳା ଓ ଯୁବତୀ ମାନେ ଗ୍ରାମ ନିକଟସ୍ଥ ବାଇଗଣୀ ଯୋର କୁ ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ପରେ ସେଠାରୁ ଜଳ ପୂର୍ଣ୍ଣ କଳସ ଧରି ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ଶେଷରେ ପୂଜା ମଣ୍ଡପ ରେ ପହଞ୍ଚି ଜଳପୂର୍ଣ୍ଣ କଳସ ସ୍ଥାପନ କରାଯାଇଛି । ଶନିବାର ଠାରୁ ମା ‘ ଙ୍କ ପୂଜା ହେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମ କୁ ପୂଜା ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା , ସଦସ୍ୟ ଓ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ।