Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସ୍ଥାନରେ ସାର୍ବଜନୀନ ଦୁର୍ଗା ପୂଜା ଆରମ୍ଭ

ଝାରସୁଗୁଡା୨୨/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଭିକମପାଲି, ପଞ୍ଚାଗାଁ ଏବଂ ରେଙ୍ଗାଲି ଥାନାରେ ଜଗତ ଜନନୀ ମାଁ ଦୁର୍ଗାଙ୍କ ପାର୍ବଣ ପୂଜା ଶୁକ୍ରବାର ଠାରୁ ଆରମ୍ଭ ହୋଇ ଯାଇଛି । ଭିକମପାଲି ମାଁ ପଦ୍ମାସିନୀଙ୍କ ଶକ୍ତିପୀଠରେ ଅନୁଷ୍ଠିତ ପାର୍ବଣ ପୂଜାରେ କର୍ତ୍ତା ଭାବେ ପ୍ରମୋଦ ସାହୁ ଓ ତାଙ୍କ ପତ୍ନୀ ବିମଳା ଦାୟିତ୍ବ ନିର୍ବାହ କରୁଥିବା ବେଳେ ପଣ୍ଡିତ ସରୋଜ ଦାସ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ମାଁ ପଦ୍ମାସିନୀ ଶକ୍ତିପୀଠ ପୂଜା କମିଟିର ସଭାପତି ମଙ୍ଗୁଲୁ ମେହେର,ଉପ ସଭାପତି ପ୍ରକାଶ ସାହୁ,ସମ୍ପାଦକ ରାସବିହାରି ମେହେର,ସହ ସମ୍ପାଦକ ସଚ୍ଚିଦାନନ୍ଦ ଭୋଇ, କୋଷାଧ୍ୟକ୍ଷ ପ୍ରେମାନନ୍ଦ ପଟେଲ,ସହ କୋଷାଧ୍ୟକ୍ଷ ଜୟନ୍ତ ରାଉତଙ୍କ ସହ ସରୋଜ ନନ୍ଦ,ପବିତ୍ର ନାୟକ,ଆନନ୍ଦ ଭଇଁସାଲ, ପରୀକ୍ଷିତ ମେହେର, ଭବାନୀ ଶଙ୍କର ମେହେର,ସୁବାଷ ମେହେର ଙ୍କ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରୁଛନ୍ତି । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅପେରା ଏବଂ ରାବଣ ଦହନ କାର୍ଯ୍ୟକ୍ରମ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି ।
ସେହିପରି ପଞ୍ଚଗାଁ ବସଷ୍ଟାଣ୍ଡରେ ଅନୁଷ୍ଠିତ ଆଞ୍ଚଳିକ ସାର୍ବଜନୀନ ଦୁର୍ଗା ପୂଜାରେ ଭୀଷ୍ମଦେଵ ସାହୁ ଓ ତାଙ୍କ ପତ୍ନୀ ସୁକମତି ସାହୁ ପୂଜାକର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପଣ୍ଡିତ ନରେଶ ନାଥ, ନରେନ୍ଦ୍ର ନାଥ ଏବଂ ସୁବାଷ ମିଶ୍ର ପୂଜାର୍ଚ୍ଚନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାବଣ ଦରବାର,କୃଷ୍ଣଗୁରୁ ଭଜନ, ଦଣ୍ଡନୃତ୍ୟ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଏଥିରେ ପଞ୍ଚଗାଁ ଦୁର୍ଗାପୂଜା କମିଟିର ସଭାପତି ଉକ୍ତ କାର୍ଯ୍ୟକ୍ରମ ରେ ପଞ୍ଚଗାଁ ସାର୍ବଜନୀନ ଦୁର୍ଗା ପୂଜା କମିଟିର ସଭାପତି ରବିରତ୍ନ ପଧାନ,କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ପଧାନ,ଉପ ସଭାପତି ଆନନ୍ଦ ମେହେର,ସମ୍ପାଦକ ରାମଚନ୍ଦ୍ର ମେହେର, ସହ ସମ୍ପାଦକ ରୋହିତ ଧୁରୁଆ,କୋଷାଧ୍ୟକ୍ଷ ସୁଦାମ ପଧାନ, ସହ କୋଷାଧ୍ୟକ୍ଷ ସଞ୍ଜୟ ଗୁହା ଏବଂ ଉପଦେଷ୍ଟା ସଦସ୍ୟ ମାନଙ୍କ ମଧ୍ୟରେ ଦୟାକର ପଧାନ,କୁଶାସନ ପଧାନ, ନକୁଳ ପଧାନ,ରଞ୍ଜିତ ବିଶ୍ୱାଳ, ଜଗମୋହନ ପଧାନ, ବିହାରୀ ପଧାନ,ସଞ୍ଜିତ ପଧାନ,ମୁକେଶ ବାରିକ,ଦ୍ଵିତୀୟ ଭୋଇ, ବିଷ୍ଣୁ ବାରିକ,,ବ୍ରହ୍ମା ବେହେରା,ରେଶମ ଲାଲ ସାହୁ, ମନୋଜ ଭୋଇ, ଭାବଗ୍ରାହୀ ପଧାନ,ସଞ୍ଜୟ ମେହେର ପ୍ରମୁଖ ସହଯୋଗ କରୁଛନ୍ତି ।
ରେଙ୍ଗାଲି ଥାନା ସ୍ଥିତ ମାଁ ଦୁର୍ଗାଙ୍କ ପୀଠରେ ମଧ୍ୟ ଅନୁରୂପ ପାର୍ବଣ ପୂଜା ଆରମ୍ଭ ହୋଇ ଯାଇଛି । ଏଥିରେ ରେଙ୍ଗାଲି ଥାନା ଅଧିକାରୀ କମଳ ଲୋଚନ ବେହେରା ଓ ତାଙ୍କ ପତ୍ନୀ ଯଶୋଦା ପୂଜାକର୍ତ୍ତା ଦାୟିତ୍ୱ ନିର୍ବାହ କରୁଛନ୍ତି । ରେଙ୍ଗାଲି ଥାନା ମାଁ ଦୁର୍ଗା ମନ୍ଦିର ର ପୂଜକ ପଣ୍ଡିତ ଶେଷଦେଵ ଦାସ ପୂଜାର୍ଚ୍ଚନା ଦାୟିତ୍ୱ ସମ୍ପାଦନା କରୁଛନ୍ତି । ଉକ୍ତ ପାର୍ବଣ ପୂଜାରେ ତିଲୋତ୍ତମା ସେଟ, ଖୁସିରାମ ପଧାନ, ସୁଷମା ପଧାନ, ସୁଶ୍ରୀ ପଧାନ, ଘନଶ୍ୟାମ ପଧାନ, ସସ୍ମିତା ସା,ନମିତା ସାହୁ, ସଜନ ପଣ୍ଡା, ଯଶୋବନ୍ତି ସାହୁ, ସଚିନ ପଧାନ, ଦମୟନ୍ତୀ ଦେହେରୀ, ହୃଦାନନ୍ଦ ପଧାନ, ପିଣ୍ଟୁ ମେହେର, ପିଙ୍କି ମେହେର, ଦ୍ରୌପଦୀ ପଧାନ, ରାଜେଶ ପୂଜାରୀ, ଗୁଣନିଧି ପଧାନ, ସେବତୀ ପଧାନ ପ୍ରମୁଖ ଏବଂ ରେଙ୍ଗାଲି ଥାନାର ଏସଆଇ ସମରେନ୍ଦ୍ର ନାୟକ, ଆଶୁତୋଷ ମହାନ୍ତି ଓ ପ୍ରୀତିପ୍ରଭା କୁଲୁ,ଏଏସଆଇ ଅଜୟସେନ ଅମାତ ଓ ନରୋତ୍ତମ ସାଙ୍କ ସମେତ ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରୁଛନ୍ତି ।