Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସହକାରୀ ପ୍ରଫେସର ପରୀକ୍ଷାରେ ରାଜ୍ୟ ଟପ୍ପର ହେଲେ ଡା ପ୍ରଦୀପ ଭୋଇ

ଝାରସୁଗୁଡା ୨୨/୧୦ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରଧା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଲେକ୍ରୁ ଭୋଇଙ୍କ ପୁତ୍ର ଓଡ଼ିଶା ଲୋକସେବା ଆୟୋଗ ତରଫରୁ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । କମ୍ୟୁନିଟି ମେଡିସିନ ବିଭାଗ ର ସହକାରୀ ପ୍ରଫେସର ପଦବୀ ପାଇଁ ଅନୁଷ୍ଠିତ ହୋଇଥିବା ଲିଖିତ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ହାସଲ କରିଛନ୍ତି । ତେଣୁ ତାଙ୍କୁ ଲଖନପୁର ବ୍ଲକ ନାଗରିକ ପରିଷଦ,ଆନ୍ତର୍ଜାତିକ ପ୍ରକୃତି ପ୍ରତିଷ୍ଠାନ, ପୃଥିବୀ ବିଜ୍ଞାନ କ୍ଲବ ତରଫରୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ସୂଚନା ଯୋଗ୍ୟ ଯେ ଡାକ୍ତର ଭୋଇ ବର୍ତ୍ତମାନ କମ୍ୟୁନିଟି ମେଡିସିନ ବିଭାଗରେ ପଡ଼ୋଶୀ ସୁନ୍ଦରଗଡ଼ ଜିଲ୍ଲା ସରକାରୀ ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି । ଏହି ଅଞ୍ଚଳର ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ କଠିନ ପରିଶ୍ରମ କଲେ ନିଶ୍ଚିତ ଭାବରେ ସେମାନେ ମଧ୍ୟ ସଫଳତା ପାଇ ପାରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ