Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ରେ ଦେବୀ ମହେଶ୍ବରୀ ଙ୍କ ସ୍ନାନ ଯାତ୍ରା ଓ ମହାଷ୍ଟମୀ ପୂଜା

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ମାହେଶ୍ୱରୀ ପୀଠରେ ଶନିବାର ଧୁମଧାମ ସହକାରେ ମହାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ଏଥିସହ ଆଶ୍ଵିନ କୃଷ୍ଣପକ୍ଷ ମୂଳାଷ୍ଟମୀ ତିଥିରୁ ସମସ୍ତ ମାହେଶ୍ୱରୀ ପୀଠରେ ଆରମ୍ଭ ହୋଇଥିବା ଷୋହଳ ପୂଜା ଉତ୍ସବ ଷୋଡ଼ଶ ତଥା ଅନ୍ତିମ ଦିନରେ ପହଞ୍ଚିଛି । ଷୋଡଶ ପୂଜାର ଅନ୍ତିମ ଦିବସରେ ଏଠାକାର ବିଭିନ୍ନ ଗ୍ରାମରେ ଦେବୀ ମାହେଶ୍ୱରୀ ଙ୍କ ବର୍ଣ୍ଣାଢ଼୍ୟ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ପାରମ୍ପରିକ ବାଡିଖେଳ ପ୍ରଦର୍ଶନ ସାଙ୍ଗକୁ ଢୋଲ , ନିଶାନ ମହୁରୀ , ଘଣ୍ଟ ଶଙ୍ଖ ହରିବୋଲ , ହୁଳହୁଳି ଧ୍ୱନିରେ ବିଭିନ୍ନ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଦେବୀ ମାହେଶ୍ୱରୀ ଙ୍କ ଯାତ୍ରା ସମୟରେ ଉକ୍ତ ମାନେ ଦ୍ୱାରେ ଦ୍ୱାରେ ଜଳପୂର୍ଣ୍ଣ କଳସ ରଖି ସ୍ବାଗତ ତଥା ପୂଜାର୍ଚ୍ଚନା କରିଥିଲେ । ପରମ୍ପରା ମତେ ସ୍ଥାନୀୟ ଉଫୁଳା , ହିଲୁଙ୍ଗ , ମେଣ୍ଡାମାଳ , ଷଣ୍ଢା ଆଦି ଗ୍ରାମର ଦେବୀ ମାହେଶ୍ୱରୀ ବୀରମହାରାଜପୁର ମୁଖ୍ୟ ଛକ ଦେଇ ମହାନଦୀ କୁ ଶୋଭାଯାତ୍ରାରେ ଯାଇଥିଲେ । ଏହା ଦେଖିବାକୁ ବୀରମହାରାଜପୁର ଛକରେ ବିପୁଳ ଜନସମାଗମ ହୋଇଥିଲା । ଯାତ୍ରା ସମୟରେ ପାରମ୍ପରିକ ଢୋଲ , ନିଶାନ ସହ ବିଭିନ୍ନ ଗ୍ରାମର ବାଡି ଖେଳ ଘଣ୍ଟ ବାଦ୍ୟ ଓ ଦୁଲଦୁଲି ବାଜା ଆଦି ପରିବେଷିତ ହୋଇଥିଲା । ଆଶ୍ଵିନ ଶୁକ୍ଲ ମହାଷ୍ଟମୀ ଅବସରରେ ଦେବୀ ଙ୍କ ସ୍ନାନ ଯାତ୍ରା ପରେ ପରେ ବିଭିନ୍ନ ଗ୍ରାମରେ ମହିଳା ତଥା ଝିଅ ବୋହୁ ମାନେ ନିଜ ନିଜ ଭାଇର ଶୁଭ ମାନସି ପାରମ୍ପରିକ ଭାଇଜିଉଁତିଆ ବ୍ରତ ପାଳନ କରିଥିଲେ । ଉପଖଣ୍ଡ ଅନ୍ତର୍ଗତ ଉଫୁଳା , କାନପୁର , ମେଣ୍ଡାମାଳ , ହିଲୁଙ୍ଗ , ବାଗବର , ଷଣ୍ଢା , ଡୁମୁରି , ଜଟେସିଂହା , କର୍ଡାପାଲ , ଦେଉଳମୁଣ୍ଡା , କମିରା , ଲଖନି , କମଳପୁର , ଟେଭାପଦର , ଗଉଡଗାଡ , ଆମ୍ବସରଭଟା , ପିତାମହୁଲ , ଗୋବିନ୍ଦପୁର , ଭାଲିଆପଦର , ବର୍ଡାକଟା , ପୁରୁଷୋତ୍ତମ ପାଲି ଆଦି ବିଭିନ୍ନ ଗ୍ରାମରେ ଦେବୀ ମାହେଶ୍ୱରୀ ଙ୍କ ଷୋହଳ ପୂଜା ଅନୁଷ୍ଠିତ ହୋଇଯାଇଛି ।