ବୀରମହାରାଜପୁର ରେ ସାର୍ବଜନୀନ ଦୁର୍ଗାପୂଜା


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ସାର୍ବଜନୀନ ଦୁର୍ଗାପୂଜା ଉତ୍ସବ ଆରମ୍ଭ ହୋଇଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପ ଗୁଡିକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିବା ବେଳେ ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ମଧ୍ୟ ଆୟୋଜିତ ହୋଇଛି। ‌ ବିଭିନ୍ନ ସ୍ଥାନରେ ଗତକାଲି ଠାରୁ କଳସ ଶୋଭା ଯାତ୍ରା ଅନୁଷ୍ଠିତ ହୋଇ ପୂଜା ମଣ୍ଡପ ସ୍ଥାପନ ହୋଇଯାଇଛି । ବୀରମହାରାଜପୁର ବସଷ୍ଟାଣ୍ଡ ଛକ , ତ୍ରୀବେଣୀ ଛକ ଦୁର୍ଗା ମନ୍ଦିରରେ ନବରାତ୍ର ପୂଜା , ଉଫୁଲା , ସୁବଳୟା , ଲୁତୁରପଙ୍କ , ପିତାମହୁଲ ମାଁ ବନଦୁର୍ଗା କ୍ଲବ , ଖଣ୍ଡହତା ଓ ସାଗଜୁରୀ ଆଦି ବିଭିନ୍ନ ସ୍ଥାନରେ ସାର୍ବଜନୀନ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ଜଣାଯାଇଛି। ବୀରମହାରାଜପୁର ନିକଟସ୍ଥ ରଥପୁର ରେ ଦୁର୍ଗାପୂଜା ଅବସରରେ ବିଭିନ୍ନ ଆଲୋକରେ ପୂଜା ମଣ୍ଡପ ଝଲସି ଉଠୁଥିବା ବେଳେ ଦୈନନ୍ଦିନ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ଯକ୍ରମ ଅନୁଷ୍ଠିତ ହେଉଛି I ଏଥିରେ ମୀନା ବଜାର , ରାବଣ ରାଜ ମୁଖ୍ୟ ଆକର୍ଷଣ ହୋଇଛି l ଫଳରେ ଦିନକୁ ଦିନ ଦର୍ଶକଙ୍କ ଗହଳି ବୃଦ୍ଧି ପାଇବାରେ ଲାଗିଛି l