Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରଥପୁର ଦୁର୍ଗାପୂଜା ରାବଣ ଦରବାରରେ ବହୁ ଦର୍ଶକ ଙ୍କ ସମାଗମ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ରଥପୁର ରେ ଶାରଦୀୟ ଦୁର୍ଗା ପୂଜା ଅବସର ରେ ହେଉଛି ରାବଣ ଦରବାର । ଏଥିରେ ବଲାଙ୍ଗୀର ର ଦେବେନ୍ଦ୍ର କନ୍ଧେର ରାବଣ ଭୂମିକାରେ ଅଭିନୟ କରୁଛନ୍ତି । ରବିବାର ଥିଲା ରାବଣ ଦରବାର ର ଦ୍ଵିତୀୟ ରଜନୀ । ଦ୍ଵିତୀୟ ରଜନୀରେ ରାମ ହନୁମାନ ମିଳନ , ସୁଗ୍ରୀବ ସାଙ୍ଗରେ ମିତ୍ରତା ସ୍ଥାପନ , ରାବଣଙ୍କ ସୀତାଙ୍କୁ ପ୍ରେମ ନିବେଦନ , ହନୁମାନ ଙ୍କ ସୀତା ଠାବ , ବାଲି ବଧ , ଅକ୍ଷୟ କୁମାର ବଧ ଆଦି ନାଟ୍ୟାଭିକ୍ରମରେ ପରିବେଷଣ ହୋଇଥିଲା । ସ୍ଥାନୀୟ ଦୁର୍ଗା ପୂଜା କମିଟି ର ମୁଖ୍ୟ ଉପଦେଷ୍ଟା ସ୍ବାଧିନ ଖଟୁଆ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ପୂଜା କମିଟିର ସଭାପତି ରାଜୀବ ଖେତି , ସମ୍ପାଦକ ମଳୟ ରଞ୍ଜନ ଅମାତ , କୋଷାଧ୍ୟକ୍ଷ ପ୍ରଫୁଲ୍ଲ ଗାଇଗରିଆ ଙ୍କ ସମେତ ଆୟୋଜକ କର୍ମକର୍ତ୍ତା କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି । ମଞ୍ଚରେ ବିଭିନ୍ନ ରାଜ ଅତିଥି ମାନେ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରୁଛନ୍ତି । ଏହା ସହିତ ରାଜ ଦରବାର ରେ ସମ୍ବଲପୁରୀ ନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଉଛି । ଏହା ଦେଖିବାକୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶତାଧିକ ଦର୍ଶକଙ୍କ ଭିଡ ପରିଲକ୍ଷିତ ହେଉଛି ।