Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

୬୬ରୁ ବନ୍ଦ ହେଲାଣି କଲମାର ୬୩ଟି ଗେଟ୍, ହୀରାକୁଦରେ କମିଲା ଜଳପ୍ରବାହ

ସମ୍ବଲପୁର: ଛତିଶଗଡ଼ ସରକାରଙ୍କ ମନମୁଖୀ କାମ। ବନ୍ଦ ହେବାକୁ ଯାଉଛି କଲ୍‌ମା ବ୍ୟାରେଜର ସମସ୍ତ ଗେଟ୍। ୬୬ଟି ଗେଟ୍‌ ମଧ୍ୟରୁ ୬୩ଟି ଗେଟ୍ ପୂରା ବନ୍ଦ ରହିଥିବା ବେଳେ ନାମକୁ ମାତ୍ର ୩ଟି ଗେଟ୍ ଅଳ୍ପ ଖୋଲା ରହିଛି। ଫଳରେ  ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବହୁ ମାତ୍ରାରେ କମିଗଲାଣି। ଜଳଭଣ୍ଡାରକୁ ସଂପ୍ରତି ୫୯୯୭ କ୍ୟୁସେକ୍ ପ୍ରବେଶ କରୁଥିବା ଜଣାପଡ଼ିଛି।

ଓଡ଼ିଶାର ଜୀବନରେଖା ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ର ମନମୁଖି ବ୍ୟାରେଜ ନିର୍ମାଣ ଯୋଗୁ ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହାର କମିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ମହାନଦୀ ଓ ଏହାର ଉପନଦୀଗୁଡ଼ିକ ଉପରେ ନିର୍ଭର କରିଥାଏ। ହୀରାକୁଦ ଜଳଭଣ୍ଡାର କ୍ୟାଚ୍‌ମେଣ୍ଟ ଅଂଚଳର ପାଖାପାଖି ୯୦ ପ୍ରତିଶତ ଛତିଶଗଡ଼ରେ ରହିଥିବା ବେଳେ ବାକି ଅଂଚଳ ଓଡ଼ିଶାରେ ରହିଛି।

ଜୁନ୍‌ରୁ ଅକ୍ଟୋବର  ମୌସୁମୀ ଋତୁରେ ହୀରାକୁଦକୁ ଯେତିକି ପାଣି ଆସିଥାଏ, ଅଣମୌସୁମୀ ଋତୁରେ(ନଭେମ୍ବରରୁ ମେ)ରେ ତାଠାରୁ ଯଥେଷ୍ଟ କମ୍‌ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଥାଏ। ହୀରାକୁଦ ଜଳଭଣ୍ଡାରଠାରୁ ଅଳ୍ପ କିଛି ଦୂରରେ ଛତିଶଗଡ଼ ସରକାର ନିଜ ସୀମାରେ ମହାନଦୀରେ କଲ୍‌ମା ବ୍ୟାରେଜ ନିର୍ମାଣ କରିଥିବା ବେଳେ ଏହା ଉପରେ ଅନେକ ବ୍ୟାରେଜ ରହିଛି। ଫଳରେ ଏସବୁ ବ୍ୟାରେଜର ଗେଟ୍ ବନ୍ଦ ରହୁଥିବାରୁ ହୀରାକୁଦରେ ଜଳ ପ୍ରବେଶ ଯଥେଷ୍ଟ ପରିମାଣରେ କମି ସାରିଲାଣି।

More Stories