Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଣ୍ଡିଆନଙ୍କ ଇସ୍ତଫା ଏକ ପ୍ରହେଳିକା, କ୍ଷମତା ହାସଲ ପାଇଁ ଏହା ଏକ ଷଡ଼ଯନ୍ତ୍ର: ପିସିସି ସଭାପତି

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଗତକାଲି ସ୍ଵେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଛନ୍ତି। ତାଙ୍କର ଭିଆରଏସକୁ କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛନ୍ତି। ଅଚାନକ ପାଣ୍ଡିଆନ ଭିଆରଏସ ନେବା ରାଜ୍ୟ ରାଜନୀତିରେ ଚହଳ ପକାଇଛି। ଗତକାଲି ଭିଆରଏସ ନେବା ପରେ ଆଜି ପାଣ୍ଡିଆଙ୍କୁ ନୂତନ ଦାୟିତ୍ଵ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି। ଫାଇଭ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ଵ ଦେଇଛନ୍ତି।

ପାଣ୍ଡିଆନଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରସଙ୍ଗରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଇସ୍ତଫା ଏକ ପ୍ରହେଳିକା। କ୍ଷମତା ହାସଲ ପାଇଁ ଏହା ଏକ ଷଡ଼ଯନ୍ତ୍ର। ବିଜେପି-ବିଜେଡି ଏକ ବୋଲି ପୁଣି ଥରେ ପ୍ରମାଣିତ ହୋଇ ଯାଇଛି। ପାଣ୍ଡିଆନଙ୍କ ଭିଆରଏସକୁ ୩ ଦିନରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କେନ୍ଦ୍ରର ବିଜେପି ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି।

ଶରତ ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି ଯେ, ପାଣ୍ଡିଆନ ବିଜେପି-ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ। ଏମିତି କରି ନବୀନ ବାବୁ ପୁଣି ଥରେ ଓଡ଼ିଶାକୁ ଲିଜରେ ଦେବାକୁ ବସିଛନ୍ତି। ନବୀନ ଓଡ଼ିଶା ଦାୟିତ୍ଵରେ ବସାଇ ୪ ହଜାର କୋଟିକୁ କିଣାବିକା ଯୋଜନା ରହିଛି। ଓଡ଼ିଶାର ଶାସନକୁ ବାହାର ରାଜ୍ୟର ଲୋକଙ୍କ ହାତରେ ଟେକା ଯାଇ ପାରିବନି। ଓଡ଼ିଆ ଭାଇମାନେ ଠିକ୍ ସମମୟରେ ଠିକ୍ ଜବାବ ଦେବେ ବୋଲି ଶରତ ପଟ୍ଟନାୟକ କହିଛନ୍ତି।