କାହିଁକି ଭିଆରଏସ ନେଲେ ପାଣ୍ଡିଆନ, ସାମ୍ନାକୁ ଆସିଲା ବଡ଼ ସୂଚନା


ଭୁବନେଶ୍ଵର: ଭିକେ ପାଣ୍ଡିଆନଙ୍କ ଭିଆରଏସ ସଂପର୍କକୁ ନେଇ ସାମ୍ନାକୁ ଆସିଲା ବଡ଼ ସୂଚନା। ଅଚାନକ କାହିଁକି ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଲେ କାରଣ ସଂପର୍କରେ ସାମ୍ନାକୁ ବଡ଼ ସୂଚନା ଆସିଛି। କେନ୍ଦ୍ରୀୟ ଟ୍ରେନିଂ ଏଡ଼ାଇବା ପାଇଁ ଭିଆରଏସ ନେଇଥିବା ଚର୍ଚ୍ଚା ଜୋର ଧରିଛି। ଏ ସଂପର୍କରେ ଆରଟିଆଇ ତଥ୍ୟ ମାଗିଥିବା ନିର୍ଭୟ ସାମନ୍ତରାୟ ସୂଚନା ଦେଇଛନ୍ତି।

୨୦୦୦ ବ୍ୟାଚର ୩ ଆଇଏଏସଙ୍କ ଟ୍ରେନିଂ ସମ୍ପର୍କରେ ତଥ୍ୟ ମାଗିଥିବା ସେ କହିଛନ୍ତି। ଭିକେ ପାଣ୍ଡିଆନ, ସୁଜାତା କାର୍ତ୍ତିକେୟ, ଟି.ଆଓଙ୍କ ତଥ୍ୟ ମାଗିଥିଲି। ୨୦୨୨ ଜୁନରେ ଡିଓପିଟି ୩ ଜଣଙ୍କ ବିଷୟରେ ତଥ୍ୟ ଦେଇଥିଲେ। ଟି.ଆଓ ସମସ୍ତ ୩ଟି କେନ୍ଦ୍ରୀୟ ଟ୍ରେନିଂ ଶେଷ କରିଥିଲେ। ଭିକେ ପାଣ୍ଡିଆନ ଓ ସୁଜାତା କାର୍ତ୍ତିକେୟନଙ୍କ ୨ଟି ଟ୍ରେନିଂ ବାକିଥିଲା। ଉଭୟଙ୍କୁ ଟ୍ରେନିଂ ପଠାଇବାକୁ ଏନେଇ କେନ୍ଦ୍ରକୁ ପଚାରିଥିଲି। ସେପ୍ଟେମ୍ବର ୧୫ରେ କାର୍ମିକ ମନ୍ତ୍ରଣାଳୟ ଟ୍ରେନିଂ ଡିଭିଜନଙ୍କୁ ଚିଠି କରିଥିଲା। ୨ ମାସ ଭିତରେ ଟ୍ରେନିଂ ବ୍ୟବସ୍ଥା କରିବାକୁ ଚିଠି ହୋଇଥିଲା। ତେଣୁ ନଭେମ୍ବର ୧୫ ଭିତରେ ଉଭୟଙ୍କୁ ନିଶ୍ଚିତ ଭାବେ ଟ୍ରେନିଂରେ ଯିବାର ଥିଲା। କେନ୍ଦ୍ରକୁ ନ ଯିବା ପାଇଁ ହୁଏତ ସେ ଭିଆରଏସ ନେଇ ଥାଇ ପାରନ୍ତି। ତେବେ ଏ ନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଗତକାଲି ସ୍ଵେଚ୍ଛାକୃତ ଭାବେ ଚାକିରିରୁ ଅବସର ନେଇଛନ୍ତି। ତାଙ୍କର ଭିଆରଏସକୁ କେନ୍ଦ୍ରୀୟ କାର୍ମିକ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛନ୍ତି। ଅଚାନକ ପାଣ୍ଡିଆନ ଭିଆରଏସ ନେବା ରାଜ୍ୟ ରାଜନୀତିରେ ଚହଳ ପକାଇଛି। ଗତକାଲି ଭିଆରଏସ ନେବା ପରେ ଆଜି ପାଣ୍ଡିଆଙ୍କୁ ନୂତନ ଦାୟିତ୍ଵ ମିଳିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯାଇଛି। ଫାଇଭ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ଵ ଦେଇଛନ୍ତି।