Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ହଜାରରୁ ଉର୍ଦ୍ଧ୍ବ ଦର୍ଶକଙ୍କ ସମାଗମରେ ଚାରପାଲି ରାବନପୋଡି ଅନୁଷ୍ଠିତ

ଚିପିଲିମା,ସମ୍ବଲପୁର ବୁର୍ଲାଥାନା କାର୍ଡୋଳା ପଞ୍ଚାୟତ ଚାରପାଲି ଛକରେ ଅନୁଷ୍ଠିତ ଦୁର୍ଗାପୂଜାରେ ବିଜୟାଦଶମୀ ଦିବସରେ ରାବନପୋଡି ଅବସରରେ ୫ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ସମାଗମମଧ୍ୟରେ ରାବନପୋଡି ଅନୁଷ୍ଠିତ ହୋଇଯାଇଛି।ସୁସଜ୍ଜିତ ଅଲୋକସଜ୍ଜା ମଣ୍ଡପରେ ଜଗତଜନନୀ ମାଁ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ସ୍ଥାପନ କରାଯାଇ ରୀତିନୀତି ମଧ୍ୟରେ ପୂଜା,ହବନ,ଚଣ୍ଡୀପାଠ,ଆରତୀ,
ପୁଷ୍ପାଞ୍ଜଳି ଆଦି ପ୍ରତ୍ୟହ ହୋଇଥିଲା।କର୍ତ୍ତାଭାବରେ ରାମନାରାୟନ ପଣ୍ଡା ସପତ୍ନୀଙ୍କ ଦାୟିତ୍ୱ ସମ୍ପାଦନ କରିଥିଲେ।ପ୍ରତ୍ୟହ ସନ୍ଧ୍ୟାରେ ଭଜନ,କୀର୍ତ୍ତନ ଆଦି ଅନୁଷ୍ଠିତ ହୋଇଥିଲା।ବିଜୟାଦଶମୀ ଦିନ ସନ୍ଧ୍ୟାରେ ରାମଳିଲା ଅନୁଷ୍ଠିତ ହୋଇଥିବାବେଳେ,ଭଜନ କୀର୍ତ୍ତନ ଗ୍ରୁପଡାନ୍ସ ଆଦି ଅନୁଷ୍ଠିତ ହୋଇଥିଲା।ରାମଳିଲା ପରେପରେ ରାବନପୋଡି ପୋଡି ମଧ୍ୟ ଅନୁଷ୍ଠିତ ହୋଇଥିଲା। ଶହସ୍ରାଧିକ ଭକ୍ତ ତଥା ଦର୍ଶକଙ୍କ ସମାଗମ ମଧ୍ୟରେ ଜୟଶ୍ରୀରାମ ଉଚ୍ଚାରଣରେ ରେ ଅଞ୍ଚଳ ମୁଖରିତ ହୋଇଉଠିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ