Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଭିନେତ୍ରୀ ତାପସୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ; ହିନ୍ଦୁ ଦେବା ଦେବୀଙ୍କୁ ଅପମାନ ଅଭିଯୋଗରେ ରୁଜୁ ହେଲା ମାମଲା

ମୁମ୍ବାଇ: ବଢିଲା ବଲିଉଡ୍‌ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଡୁଆ। ରୁଜୁ ହେଲା ମାମଲା। ତାପସୀଙ୍କ ବିରୋଧରେ ଆସିଛି ସଙ୍ଗୀନ ଅଭିଯୋଗ। ହିନ୍ଦୁ ରକ୍ଷକ ସଂଗଠନକୁ ନେଇ ଅଶ୍ଲୀଳତା ପ୍ରଚାର କରିବା ଓ ହିନ୍ଦୁ ଦେବା ଦେବୀଙ୍କୁ ଅପମାନ କରିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସୂଚନା ଅନୁଯାୟୀ ନିକଟରେ ସେ ଲାକ୍‌ମୀ ଫ୍ୟାସନ ଶୋ’ରେ ଯୋଗ ଦେଇଥିଲେ। ଏଥିରେ ସେ ଏକ ରେଡ୍‌ ଡ୍ରେସ ପିନ୍ଧିଥିଲେ। ଏହି ଡ୍ରେସ ସାଙ୍ଗକୁ ସେ ଏକ ଗୋଲ୍‌ଡେନ୍‌ ନେକ୍‌ଲେସ୍‌ ମଧ୍ୟ ପକେଇଥିଲେ। ଏହି ନେକ୍‌ଲେସ୍‌ରେ ହିନ୍ଦୁ ଦେବୀ ମା’ ଲକ୍ଷ୍ମୀଙ୍କ ପ୍ରତିମା ରହିଥିଲା। ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ। ତାଙ୍କର ଏହି ଲୁକ୍‌କୁ କିଛି ଲୋକ ପସନ୍ଦ କରିଥିବା ବେଳେ ଆଉ କିଛି ଏହାକୁ ନାପସନ୍ଦ କରିଥିଲେ। ଏହା ହିନ୍ଦୁ ଦେବା ଦେବୀଙ୍କ ପ୍ରତି ଅପମାନ ବୋଲି ଅଭିଯୋଗକାରୀ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ