ଦଶହରା ଦିନ ଟିହା ବା ନୀଳକଣ୍ଠ ପକ୍ଷୀକୁ ଦେଖିବା କାହିଁକି ଶୁଭ ହୋଇଥାଏ ? ଦର୍ଶନ ମିଳିଲେ ଜାଣନ୍ତୁ ଆପଣଙ୍କ ଖରାପ ସମୟ ଶେଷ


ଭୁବନେଶ୍ଵର: ନବରାତ୍ରର ନଅ ଦିନ ପୂରା ହେବା ପରେ ଦଶମ ଦିନ ଦଶହରା ଅର୍ଥାତ ବିଜୟାଦଶମୀ ପାଳନ କରାଯାଏ। ଚଳିତ ବର୍ଷ ଅକ୍ଟୋବର ୨୪ରେ ଦଶହରା ପାଳନ କରାଯାଇଛି। ପୁରାଣ ଶାସ୍ତ୍ର ହିସାବରେ ଦଶହରା ଦିନ ପ୍ରଭୁ ଶ୍ରୀରାମ ଲଙ୍କାପତି ରାବଣର ବଧ କରିଥିଲେ। ଏଥିପାଇଁ ଏହି ଦିନ ରାବଣ ଦହନର ପରମ୍ପରା ରହିଥାଏ।
ପଚାଙ୍ଗ ଅନୁସାରେ, ଦଶହରା ଆଶ୍ଵିନ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ପାଳନ କରାଯାଏ। ଏହାକୁ ଅଧର୍ମ ଉପରେ ଧର୍ମର ବିଜୟ ଅସତ୍ୟ ଉପରେ ସତ୍ୟର ବିଜୟ ରୂପେ ପାଳନ କରାଯିବାର ପରମ୍ପରା ରହିଛି। ଦଶହରା ପର୍ବକୁ ନେଇ ଅନେକ ମାନ୍ୟତା ଓ ପରମ୍ପରା ରହିଛି। ଏଥିରୁ ଗୋଟିଏ ହେଉଛି ନୀଳକଣ୍ଠ ପକ୍ଷୀର ଦର୍ଶନ। ଦଶହରା ଦିନ ନୀଳକଣ୍ଠ ପକ୍ଷୀର ଦର୍ଶନକୁ ଦୁଲର୍ଭ ଓ ବହୁତ ଶୁଭ ମନାଯାଏ। ଆସନ୍ତୁ ଜାଣିବା ଦଶହରାରେ ନୀଳକଣ୍ଠର ଦର୍ଶନ ସଂପର୍କିତ ପୌରାଣିକ ଗାଥା।
ପୌରାଣିକ ତଥ୍ୟ ଅନୁସାରେ ଭଗବାନ ରାମ ଯେବେ ରାବଣର ବଧ କରିବାକୁ ଯାଉଥିଲେ ସେହି ସମୟରେ ତାଙ୍କର ନୀଳକଣ୍ଠ ପକ୍ଷୀ ସହ ଦର୍ଶନ ହୋଇଥିଲା। ଏଥିପାଇଁ ସେ ରାବଣ ବଧ କରିବାରେ ସଫଳ ହୋଇଥିଲେ। ମାତ୍ର ରାବଣ ବଧ କରିବା ପରେ ରାମଙ୍କ ଉପରେ ବ୍ରାହ୍ମଣ ହତ୍ୟାର ପାପ ଲାଗିଥିଲା। ଏହି ସମୟରେ ଭଗବାନ ରାମ ଓ ଲକ୍ଷ୍ମଣ ପ୍ରଭୁ ଶିବଙ୍କ ଆରାଧନା କରିଥିଲେ ଓ ପାପରୁ ମୁକ୍ତି ଦେବା ପାଇଁ ଆହ୍ଵାନ କରିଥିଲେ। ଯେବେ ରାମ ଓ ଲକ୍ଷ୍ମଣ ଭୋଳାନାଥଙ୍କ ଆରାଧାନ କରୁଥିଲେ, ସେହି ସମୟରେ ଶିବଜୀ ତାଙ୍କ ସାମ୍ନାରେ ପକ୍ଷୀ ରୂପେ ଉପସ୍ଥିତ ହୋଇଥିଲେ। ଏଥିପାଇଁ ଏମିତି ମାନ୍ୟତା ରହିଛି ଯେ, ନୀଳକଣ୍ଠ ପକ୍ଷୀ ମହାଦେବଙ୍କ ପ୍ରତିନିଧିତ୍ଵ କରିଥାଏ ଓ ଦଶହରା ଦିନ ଏହି ପକ୍ଷୀର ଦର୍ଶନକୁ ବହୁତ ଶୁଭ ବୋଲି କୁହାଯାଏ।
ଏହି ସ୍ଥିତିରେ ନୀଳକଣ୍ଠଙ୍କ ଦର୍ଶନ ଶୁଭ
ଦଶହରା ଦିନ ଯଦି ଅବିବାହିତ ମହିଳା କିମ୍ବା ପୁରୁଷଙ୍କୁ ନୀଳକଣ୍ଠ ପକ୍ଷୀ ଦେଖିବାକୁ ମିଳେ ତେବେ ଶୀଘ୍ର ବିବାହ ଯୋଗ ହୋଇଥାଏ।
ଯଦି ଦଶହରା ଦିନ କାଠ ଉପରେ ନୀଳକଣ୍ଠ ପକ୍ଷୀକୁ ବସିଥିବା ଅବସ୍ଥାରେ ଦେଖିବାକୁ ମିଳେ ତେବେ ତାହା ଶୁଭ ହୋଇଥାଏ। ଏଥିରେ ଧନ ଯୋଗ ହେବାର ସମ୍ଭାବନା ରହିଛି।
ଯଦି କୌଣସି ପୁରୁଷଙ୍କୁ ଦଶହରା ଦିନ ନୀଳକଣ୍ଠ ପକ୍ଷୀ ଦେଖିବାକୁ ମିଳେ ତେବେ ଅଟକିଥିବା ଏବଂ ବିଗିଡ଼ିଥିବା କାମ ସବୁ ସୁରୁଖୁରୁରେ ହୋଇଯାଏ।
କୌଣସି ମହିଳାଙ୍କୁ ଦଶହରା ଦିନ ନୀଳକଣ୍ଠର ଦର୍ଶନ ମିଳେ ତେବେ ବହୁତ ଶୁଭ ହୋଇଥାଏ। ଯଦି ନୀଳକଣ୍ଠ ଆପଣଙ୍କର ଦାହାଣ ପାର୍ଶ୍ଵରେ ଉଡୁଥାଏ ତେବେ ଏଥିରେ ବିବାହ ଯୋଗ ତିଆରି ହୁଏ।
ଦଶହରା ଦିନ ନୀଳକଣ୍ଠ ପକ୍ଷୀକୁ ଦେଖିବା ବହୁତ ଶୁଭ ହୋଇଥାଏ। ଏହାର ଦର୍ଶନକୁ ଦୁଲର୍ଭ କୁହାଯାଏ, କାରଣ ଏହି ପକ୍ଷୀକୁ ସହଜରେ ଦେଖିବାକୁ ମିଳେ ନାହିଁ। ମାତ୍ର ଯଦି ଦଶହରା ଦିନ ଆପଣଙ୍କୁ ଏହି ପକ୍ଷୀର ଦର୍ଶନ ମିଳିଯାଏ ତେବେ ବୁଝି ନିଅନ୍ତୁ ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟା ଦୂର ହୋଇଯିବ।