Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଲାମୁଣ୍ଡା ବ୍ଳକ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସଭା…..

କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ସାଧାରଣ ପ୍ୟାରେଡ଼ ପଡିଆ ଠାରେ କର୍ଲାମୁଣ୍ଡା ବ୍ଳକ ଦୁର୍ଗା ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ଏଥିରେ ପୂଜା କମିଟି ସଭାପତି ସୁରେନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ବିଶିଷ୍ଟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଭ୍ୟ ଅବିନାଶ ଠାକୁର, ବିଜେଡି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜାକୀର ହୁସେନ, ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, ସରପଞ୍ଚ ସ୍ୱର୍ଣ୍ଣ ଲତା ସାହୁ,ଦୁର୍ଗା ପୂଜା କମିଟିର ସମ୍ପାଦକ ଶଶୀ ଭୂଷଣ ସାହୁ, ପୂଜା କମିଟିର ସଦସ୍ୟ ଦିନ ବନ୍ଧୁ ସାହୁ ପ୍ରମୁଖ ମଞ୍ଚାସିନ ହୋଇ ସ୍ଥାନୀୟ ବରିଷ୍ଠ ନାଗରିକ ରଶ୍ମି କାନ୍ତ ସାହୁ,ଗୁଣ ସାଗର ସାହୁହେମ ଶଙ୍କର ସାହୁ,ଭୁବନ ବିହାରୀ ସିଙ୍ଗ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ସଭା କାର୍ଯ୍ୟକ୍ରମ ରେ ସାମ୍ବାଦିକ ପ୍ରଦୀପ କୁମାର ସାହୁ ସଂଯୋଜାନା କରିଥିଲେ।ପୂଜାର ଉଦଯାପନି ସମାରୋହରେ ମୁଖ୍ୟ ଅତିଥି ଭାବରେ ବ୍ଲକ ଅଧକ୍ଷ୍ୟା କୁନି ସାହୁ,ସମ୍ମାନିତ ଅତିଥି ଭାବେ ବ୍ୟବସାୟୀ ଭୁବନ ବିହାରୀ ସିଙ୍ଗ, ସ. ମାଲପଡା ସରପଞ୍ଚ ବରୁଣ ଛତ୍ରୀଆ,ସମିତି ସଭ୍ୟ ଗୋଲାପ ଶଙ୍କର ସାହୁ,ଫାଣ୍ଡି ଅଧିକାରୀ ଥବିର ବରିହା, ନର୍ଲା ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ,କଂଗ୍ରେସ ନେତା ବିଭୁତି ଭୂଷଣ ମହାକୁଡ଼ ଯୋଗ ଦେଇ ପଣ୍ଡିତ ଚିତ୍ର ସେନ ଦାଶ,ନାଟ୍ୟକାର ଭାଗିରଥି ଷଡଙ୍ଗୀ ଙ୍କୁ ସମ୍ମାନିତ କରିଥିଲେ।ଏଥିରେ ପୁଜା କମିଟି ର ହିରୋଜ ସାହୁ,ମିତ୍ର ଭାନୁ ସାହୁ,ରାମ ଗୋପାଳ ସାହୁ,ମହେନ୍ଦ୍ର ସାହୁ,ଅମ୍ବିଲାଲ ସାହୁ,ପୂର୍ଣ୍ଣ ଚନ୍ଦ୍ର ସାହୁ,ବିନୋଦ ସାହ,ବନ ସାହୁ,ମୋତିଲାଲ ସାହୁ,ଅକ୍ଷୟ ସାହୁ,ପ୍ରସନ୍ନ କୁମାର ସାହୁ, ଲାଉ ଚନ୍ଦ୍ର ସାହୁ, ,ବିପିନ ସାହୁ,ଦୁର୍ବାଦଲ ସାହୁ ,ରଥ ସାହୁ,ମେଘୁ ସାହୁ,କୃଷ୍ଣ ଚନ୍ଦ୍ର ରଣା, ପ୍ରିୟ ବ୍ରତ ବଗର୍ତ୍ତି, ଡମ୍ବରୁ ସାହୁ,ବିଷ୍ଣୁ ସାହୁ,ସୁବାଷ ଚନ୍ଦ୍ର ସାହୁ,ନୀଳ ମାଧବ ଭୋଇ,ବିରେନ୍ଦ୍ର ସାହୁ,ବସୁଦେବ ସାହୁ ,ଟିକେମନ ସାହୁ,ପ୍ରମୁଖ ସହଯୋଗ କରିଥିଲେ। ସେହିପରି ବ୍ଲକ ସଦର ର ଅନ୍ୟ ଏକ ଦୁର୍ଗା କମିଟି ର ୫୦ବର୍ଷ ପୂର୍ତ୍ତି ଅବସରରେ ଧୁମଧାମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ