Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରସ୍ୱତୀ ଶିଶୁ ମନ୍ଦିର ନୂତନ ଗୃହ ନିର୍ମାଣ ପାଇଁ ଭୂମିପୂଜନ

ଝାରସୁଗୁଡା ୨୬/୧୦ (ଓଡ଼ିଶା ନ୍ୟୁଜ) ବ୍ରଜରାଜନଗର ସଂକୁଳ ଅନ୍ତର୍ଗତ ସମରବଗା ସରସ୍ୱତୀ ଶିଶୁ ମନ୍ଦିରର ନୂତନ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ପବିତ୍ର ବିଜୟା ଦଶମୀ ତିଥିରେ ଭୁମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଭବାନୀ ଶଙ୍କର ନାଏକ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ ପଣ୍ଡିତ ସଞ୍ଜିବ ରଥ ଓ ଅଭିଷେକ ପଣ୍ଡା ପୂଜାର୍ଚ୍ଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଅନୁପ କୁମାର ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତୁଷାରାମ ପଧାନ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଲଖନପୁର ଖଣ୍ଡ ପ୍ରମୁଖ ଅଜୟ କୁମାର ବିଶ୍ବାଳ,ମହେନ୍ଦ୍ର ପଧାନ,ଶୁକଦେଵ ପଧାନ, ଶୁଭମ ସାଏ ,ଗଦାଧର ରାଏ ସମ୍ମାନିତ ଅତିଥି ଭାବେ ଅଂଶଗ୍ରହଣ କରିଥିଲେ । ସମରବଗା ସରସ୍ୱତୀ ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଉତ୍ତମ ନେଗୀ, ସମ୍ପାଦକ ମହେନ୍ଦ୍ର କୁମାର ସାଏ, କୋଷାଧ୍ୟକ୍ଷ ଦିଲ୍ଲୀପ ପଧାନ,ଉପଦେଷ୍ଟା ସଦସ୍ୟ ମହେନ୍ଦ୍ର ବିଶ୍ଵାଳ,ହେମନ୍ତ ନାଏକ,ପ୍ରଧାନ ଆଚାର୍ଯ୍ୟ ଭୀଷ୍ମଦେଵ ପଧାନ, ଗୁରୁମା ରୋହିଣୀ ପଧାନ, ଝରଣା ବିଶ୍ଵାଳ, ସଞ୍ଜୁଲତା ପଧାନ, ଯାଜ୍ଞସିନୀ ମାଝୀ, ପ୍ରିୟଙ୍କା ସାହୁ, ମାଣିକ ମୁଣ୍ଡା, ଜୌସ୍ନାରାଣୀ ଭୋଇ, ସେବୀକା ମିନା ଧୁରୁଆ ପ୍ରମୂଖ ସହଯୋଗ କରିଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ