Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଚେତନା ଟ୍ରଷ୍ଟ ଦ୍ଵାରା ମହାନଦୀ କୂଳରେ ନିର୍ମିତ ଶିଶୁ ଉଦ୍ୟାନ ଉଦଘାଟିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହାନଦୀ କୂଳରେ ନିର୍ମିତ ଶିଶୁ ଉଦ୍ୟାନ ବୁଧବାର ଲୋକାର୍ପିତ ହୋଇଯାଇଛି I ଧର୍ମଶାଳା ନିକଟସ୍ଥ ଲେହେଡି ଚେତନା ଟ୍ରଷ୍ଟ ସୌଜନ୍ୟ ରୁ ନିର୍ମିତ ଶିଶୁ ଉଦ୍ୟାନ ସହ ଟ୍ରଷ୍ଟ ର ପ୍ରତିଷ୍ଠାତା ସ୍ଵର୍ଗତଃ କପିଳେଶ୍ଵର ମହାପାତ୍ର ଓ ସ୍ଵର୍ଗୀୟା ବିଶ୍ନୁପ୍ରିୟା ମହାପାତ୍ର ଙ୍କ ପ୍ରତିମୂର୍ତ୍ତୀ କୁ ମଧ୍ୟ ଅତିଥି ମାନଙ୍କ ଦ୍ଵାରା ଅନାବରଣ କରାଯାଇଛି l ବହୁ ବର୍ଷ ଧରି ଚେତନା ଟ୍ରଷ୍ଟ ପକ୍ଷରୁ ଦେଶଫାଲ ଅଞ୍ଚଳରେ ଶିକ୍ଷା , ସ୍ୱାସ୍ଥ୍ୟ ଓ ସାମାଜ ସେବା କାର୍ଯ୍ୟ ଚାଲୁ ରଖିଥିବା ବେଳେ ବୁଧବାର ଶିଶୁଙ୍କ ପାଇଁ ଏକ ସୁନ୍ଦର ଉଦ୍ୟାନ କୁ ଉତ୍ସର୍ଗ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ , ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ , ପ୍ରମେୟ ସମ୍ପାଦକ ଗୋପାଳ କୃଷ୍ଣ ମହାପାତ୍ର , ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗଦେଇ ସମାଜ ବିକାଶ ରେ ବ୍ୟକ୍ତି ଚେତନା ଏକ ମହନୀୟ କାର୍ଯ୍ୟ ବୋଲି କହିଥିଲେ I ସୂଚନା ଯୋଗ୍ୟ ଯେ ଶଲାବୁଢା଼ ପରି ଅନେକ ପୁସ୍ତକ ର ରଚୟିତା କପିଳେଶ୍ଵର ମହାପାତ୍ର ମାନବ ସେବା ହିଁ ମାଧବ ସେବା କୁ ଏକ ବ୍ରତ ଭାବେ ଭାବି ଅଞ୍ଚଳର ଶିକ୍ଷା , ସ୍ୟାସ୍ଥ୍ୟ ଓ ସଂସ୍କୃତିର ଉତ୍ଥାନ ପାଇଁ କାମ କରି ଯାଇଛନ୍ତି I ଆୟୋଜିତ ଉକ୍ତ ଲୋକାର୍ପଣ ଉତ୍ସବରେ ଅଞ୍ଚଳର ବୁଦ୍ଧିଜୀବୀ , କବି ତଥା ସାହିତ୍ୟିକ , ଗଣମାଧ୍ୟମ ର ପ୍ରତିନିଧିଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ I