ରାଷ୍ଟ୍ର ଗଠନରେ ଯୁବ ସମାଜର ଭୂମିକା ଗୁରୁତ୍ୱପୂର୍ଣ୍ଣ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରାମହରାଜପୁର ଅଂଚଳ ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବଡଖମାର୍ ସ୍ଥିତ ଲାଲବାହାଦୁର ଯୁବକ ସଂଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ପଂଚାୟତ ସମିତି ର ଅଧ୍ୟକ୍ଷା ଶାନ୍ତି ଲୁହା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଥିଲେ l ମୁରଶୁଣ୍ଢୀ ସମିତି ସଭ୍ୟା ରିତା ଗର୍ଡିଆ , ଯୁବକସଙ୍ଘ ପୂର୍ବତନ ସଭାପତି ଗଣପତି ପଣ୍ଡା , ପ୍ରଭାଞ୍ଜନ କର୍ମୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ସ୍ବେଚ୍ଛାସେବୀ ମୀନକେତନ ମହାକୁର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଆଶିଷ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନ ର ସମ୍ପାଦକ ଗଦାଧର ବାଦୀ ବାର୍ଷିକ ବିବରଣୀ ପଠନ କରିଥିଲେ l ସମାଜରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଦୂରୀକରଣ ସାଙ୍ଗକୁ ଉତ୍ତମ ରାଷ୍ଟ୍ର ଗଠନ ରେ ଯୁବସମାଜର ଭୂମିକାକୁ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଗୁରୁତ୍ୱାରୋପ କରିଥିଲେ l ସଭାପରେ ଅଂଚଳ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ନୃତ୍ୟ ଗୀତ ପରିବେଷଣ ହୋଇଥିଲା । ବିରାମହରାଜପୁର ଭୀମଭୋଇ କଲାପରିଷଦ କଳାକାର ମାନେ ମାଧ୍ୟ୍ୟରାତ୍ରି ପର୍ଯ୍ୟନ୍ତ ଲୋକନୃତ୍ୟ ପରିବେଷଣ କରିଥିଲେ l ଅନୁଷ୍ଠାନର ବରିଷ୍ଠ ସଦସ୍ୟ ସଚ୍ଚିଦାନନ୍ଦ ମହାକୁର ସଭା କୁ ସଂଯୋଜନା କରିଥିବା ବେଳେ ଉପସଭାପତି ସଂଜିବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଯୁବକ ସଂଘର ସହ ସମ୍ପାଦକ ହେମନ୍ତ ପଧାନ, କୋଷାଧକ୍ଷ ମନୋଜ କର୍ମୀ , ଦୀପକ ଭୋଇ , ହରିଶଙ୍କର ଖେତୀ , ବିଜୟ ସାହୁ , ପିଙ୍କୁ ଭୋଇ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।