କର୍ଡାପାଲ ରେ ମହାଷ୍ଟମୀ ପୂଜା ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ରାବଣ ଦରବାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡ଼ାପାଲ ଠାରେ ମାହେଶ୍ୱରୀ ଦେବୀ ଙ୍କ ମହାଷ୍ଟମୀ ପୂଜା ଉପଲକ୍ଷେ ରାବଣ ଦରବାର ଅନୁଷ୍ଠିତ ହୋଇଯାଇଛି l ବିଶ୍ୱବାସ ହୋତା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିରାମହରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସ କେତନ ବଘାର , ମୁର୍ଷୁଣ୍ଢୀ ସରପଞ୍ଚ ମନୋଜ କୁମାର ସାହୁ ,, ଓଡ଼ିଶା ମୋ ପରିବାର ଜିଲ୍ଲା ସଂଯୋଜକ ରଞ୍ଜିତ କୁମାର ରଥ , କିଶୋର ହୋତା ପ୍ରମୁଖ ଯୋଗଦେଇ ଥିଲେ I ବର୍ତମାନ ସମାଜ ରେ ଲୋକ ବିଭିନ୍ନ ଇଲୋକ୍ଟ୍ରୋନିକ ଯନ୍ତ୍ର କୁ ଆପଣେଇ ଥିବା ବେଳେ କଳା କୁ ଜୀବନ୍ତ ଭୂମିକା ମାଧ୍ୟମରେ ଅଭିନୟ କରି ଭିଭିନ୍ନ ଶିକ୍ଷା ପ୍ରଦାନ କରୁଥିବା ପ୍ରକାଶ କରିଥିଲେ l ରାବଣ ଭୂମିକାରେ ପ୍ରଶାନ୍ତ ତ୍ରିପାଠୀ ଅଭିନୟ କରିଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଗ୍ରାମର ଗଣେଶ ମିଶ୍ର , ଶେଷଦେବ ସାମଲ , ସନତ କୁମାର ହୋତା , ଅକୃର ନାଏକ ପ୍ରମୁଖ ସହଯୋଗ କରିଥିଲେ l