Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରଥପୁର ରେ ଜୀବନ ବିନ୍ଦୁ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ 35 ୟୁନିଟ ରକ୍ତ ସଂଗ୍ରହ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ରଥପୁର ଦୁର୍ଗାପୂଜା କମିଟି ଓ ‘ଜୀବନବିନ୍ଦୁ ଓଡିଶା ମୋ ପରିବାର ପକ୍ଷରୁ ମିଳିତ ଭାବରେ ରକ୍ତଦାନ ଶିବିର ଅନୁଷ୍ଠିତ’ ହୋଇଯାଇଛି l ଉକ୍ତ ରକ୍ତଦାନ ଶିବିର କୁ ଜୀବନ ବିନ୍ଦୁ ର ଜିଲ୍ଲା ସଂଯୋଜକ ବୀରମହାରାଜପୁର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ ପରିଚାଳନା କରିଥିବାବେଳେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ , ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିନିଧି କୃତିବାସ ମିଶ୍ର , ହିଲୁଙ୍ଗ ସମିତି ସଭ୍ୟ ଶୈଳ ରଞ୍ଜନ ବାଦୀ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ସମୁଦାୟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା l ସମସ୍ତ ରକ୍ତ ଦାତା ମାନଙ୍କୁ ମାନ ପତ୍ର ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ରଥପୁର ଦୁର୍ଗାପୂଜା କମିଟୀ ର କର୍ମକର୍ତ୍ତା ଓ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ସୋନପୁର ବ୍ଲଡ ବ୍ୟାଙ୍କ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ ।