Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନଭେମ୍ବର୍ ଦୁଇ ବୀରମହାରାଜପୁର ରେ ହେବ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

 ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ  ନଭେମ୍ବର ୨ ରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ  ବିଡ଼ିଓ ରଘୁନାଥ ପାଣିଗ୍ରାହୀ ଓ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସୂଚନା ଦେଇଛନ୍ତି । ଭର୍ଚୁଆଲ  ମୋଡ଼ ରେ କାର୍ଯ୍ୟକ୍ରମକୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ବ୍ଲକ ର ପନ୍ଦର ଗୋଟି ପଞ୍ଚାୟତ ପାଇଁ ୭.୫ କୋଟି ଟଙ୍କା ବ୍ୟୟ ଅଟକଳ ପରିମାଣର ର ପ୍ରକଳ୍ପ କାର୍ଯ୍ୟ ହେବା ବୋଲି ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ସୂଚନା ଦେଇଛନ୍ତି ।  ପ୍ରତ୍ୟେକ ପଞ୍ଚାୟତ ରେ ଜଗନ୍ନାଥ ମନ୍ଦିର ଉନ୍ନତି କାରଣ , ମିଶନ ଶକ୍ତି ଗୃହ , ବ୍ୟାଙ୍କ ଗୃହ ସହିତ ବିଭିନ୍ନ ଉନ୍ନୟନ କାର୍ଯ୍ୟ ହେବନେଇ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ପୁରୁଷୋତ୍ତମ ଧାରୁଆ ଧନ୍ୟବାଦ୍ ଦେଇଥିଲେ ।
                 
           

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ