Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଫୁଳା କାଳୀ ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଠାରେ ଯୁବଶକ୍ତି କ୍ଲବ ପକ୍ଷରୁ ୪୧ତମ ସାର୍ବଜନୀନ କାଳୀ ପୂଜା ଉତ୍ସବ ସକାଶେ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଛି । ଏଥିପାଇଁ ପୂଜାର୍ଚ୍ଚନା କରାଯିବା ସହ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା । କ୍ଲବର ସଭାପତି ପ୍ରଫୁଲ୍ଲ ଡ଼ାଙ୍ଗ , ସମ୍ପାଦକ ଗୋପୀନାଥ କର୍ଣ୍ଣ , ଉପଦେଷ୍ଟା ଅଚ୍ୟୁତାନନ୍ଦ ସାହୁ , ଦିଲ୍ଲୀପ ଡ଼ାଙ୍ଗ ଓ ଗୁପ୍ତେଶ୍ୱର ପଧାନଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା ମାସ ୧୨ରୁ ୧୪ ତାରିଖ ଯାଏ ହେବାକୁ ଥିବା ଏହି ପୂଜା ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି କ୍ଲବର ସମ୍ପାଦକ ଗୋପୀନାଥ କର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ