Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନବ ନିର୍ମିତ ଗୁପ୍ତେଶ୍ଵର ମନ୍ଦିର ର ରତ୍ନମୁଦ ସ୍ଥାପନ ଓ ଘୃତଯଜ୍ଞ ଉତ୍ସବ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ କୁଞ୍ଜାପାଲି ସ୍ଥିତ ଖୁଣ୍ଟଲାଦର୍ହ ଠାରେ ନବ ନିର୍ମିତ ଗୁପ୍ତେଶ୍ୱର ମନ୍ଦିର ର ଶୀର୍ଷ ଚୂଡାରେ ପଞ୍ଚସଶ୍ୟ ପଞ୍ଚଧାତୁ ପଞ୍ଚରତ୍ନ ଦେଇ ପୂର୍ଣ୍ଣାଙ୍ଗ ଚୂଡା ନିର୍ମାଣ ଓ ଘୃତଯଜ୍ଞ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଜୟ କୁମାର ପଣ୍ଡା ପୂଜାର୍ଚ୍ଚନା କରିଥିବା ବେଳେ ଯଜ୍ଞ ମଣ୍ଡପ ରେ ବଦ୍ରିନାରାୟଣ ଶତପଥୀ ଓ ରଞ୍ଜିତା ଶତପଥୀ , ଜମ୍ବେଶ୍ଵର କୁମାରା ଓ ରାଜେନ୍ଦ୍ରି କୁମୁରା କର୍ତ୍ତା କାର୍ଯ୍ୟ ତୁଲାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଘୃତ ଯଜ୍ଞ ଉତ୍ସବ ମଧ୍ୟ କରାଯାଇଛି । ରତ୍ନମୁଦ ସ୍ଥାପନ ବେଳେ ହରିବୋଲ , ହୁଳହୁଳି ରେ ପରିବେଶ ପ୍ରକମ୍ପିତ ହୋଇ ପଡ଼ିଥିଲା । କୁଞ୍ଜାପାଲି ସ୍ଥିତ ଶ୍ରୀ ଗୁପ୍ତେଶ୍ୱର ବାବା ବିକାଶ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସର ରେ ସୁନ୍ଦରାକାଣ୍ଡ ପରାୟଣ ହୋଇଥିଲା । ଏଥିରେ ସନ୍ତୋଷିନି ସାମନ୍ତରା ବ୍ୟାସ ଭାବେ ଯୋଗଦେଇ ସୁନ୍ଦରାକାଣ୍ଡ ପଠନ କରିଥିଲେ । ଏହା ସହିତ କାଉଁଶିପାଣି ( ଯୁଯୁମୁରା) ର ନନ୍ଦିକିଶୋର ପଧାନ ଏବଂ ମହୁଲମୁଣ୍ଡା ର ସନ୍ତୋଷ କୁମାର ସାହୁ ଙ୍କ ମଧ୍ୟରେ ସଙ୍କୀର୍ତ୍ତନ ବୈଠକ ପରିବେଷଣ କରାଯାଇଥିଲା ।ଶ୍ରୀ ଶ୍ରୀ ଗୁପ୍ତେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ର ସଭାପତି ମୂରଲୀଧର ଭୋଇ ଏବଂ ଉପଦେଷ୍ଟା ଜନକିରାମ ଦେହୁରୀ , ମହାଦେବ ସାହୁ , ଅଜିତ ପାଣିଗ୍ରାହୀ ଙ୍କ ତତ୍ତ୍ଵାବଧାନରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା , ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଦୁର୍ଜନତୈଲା ସରପଞ୍ଚ ବିଷ୍ଣୁପ୍ରିୟା କୁମ୍ଭାର , କୋଟସମଲାଇ ସରପଞ୍ଚ ପ୍ରତିନିଧି ସତ୍ୟାନନ୍ଦ ମେଣ୍ଡିଲି , କାଦୋଦର ସରପାଞ୍ଚ ପ୍ରତିନିଧି ରଞ୍ଜନ ପାଢ଼ୀ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉତ୍ତର କୁମାର ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବ ରେ ଶତାଧିକ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।