କେଞ୍ଜିରିଆ ପାଲି ହାଇସ୍କୁଲ ରେ 2012 ମାଟ୍ରିକ ବ୍ୟାଚ୍ ବନ୍ଧୁ ମିଳନ କାର୍ଯ୍ଯକ୍ରମ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ସ୍ଥିତ ଆଞ୍ଚଳିକ ଉଚ୍ଚ ବିଦ୍ୟା ପୀଠ ଠାରେ ୨୦୧୨ ମ୍ୟାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନୀୟ ହାଇସ୍କୁଲ ର ଶିକ୍ଷକ ଜଗଦୀଶ ପ୍ରଧାନ , ଜିବର୍ଦ୍ଧନ ରଣା , ଦୀନବନ୍ଧୁ ପ୍ରଧାନ , ପ୍ରମୋଦ ପାତ୍ର , ମୀନକେତନ ରଣା , ସିଆରସିସି ବିନୟ ବିଶ୍ଵାଳ , ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ । ଉକ୍ତ ବନ୍ଧୁ ମିଳନ କାଯ୍ୟକ୍ରମ ରେ ପୁରାତନ ଛାତ୍ର ଅଶ୍ୱିନୀ କୁମାର ସାହୁ , ଝସକେତନ ରଣା , ସୁମିତ କୁମାର ମିଶ୍ର , ମମିତା ରାଜହଂସ , ସୁକାନ୍ତି ପଧାନ ,ଏଲିନା ସାମଲ , ସତ୍ୟ ପ୍ରକାଶ ପଧାନ , ରିଙ୍କି ମହାକୁର , ନିମାଇଁପଧାନ , କୁନୁ ଜାଲ , ଜଗନ ସାହୁ , ଅମିତ ମେଣ୍ଡିଲି , ପ୍ରିତମ ଭୋଇ , ହୃଷିକେଶ ପଧାନ , ସୁଶୀଲ ପଧାନ , ଉମାକାନ୍ତ ପଧାନ ପ୍ରମୁଖ ଏହି ଅବସରରେ ନିଜ ନିଜ ର ମତବ୍ୟକ୍ତ କରିଥିଲେ। ପୁରାତନ ଛାତ୍ର ଛାତ୍ରୀ ମାନେ ପୁରୁଣା ଦିନର ସ୍ମୃତି କୁ ମନେ ପକାଇଥିଲେ। ସମସ୍ତ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହି ପୂର୍ବତନ ଛାତ୍ରୀଛାତ୍ର ଙ୍କୁ ଦିଗଦର୍ଶନ ଦେବାସହିତ ଉତ୍ସlହିତ କରିଥିଲେ । ଏହି ବନ୍ଧୁ ମିଲନ ରେ ୨୦୧୨ମ୍ୟାଟ୍ରିକ ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ଯୋଗଦେଇଥିଲେ।