Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ପରିତ୍ୟକ୍ତ ଅବସ୍ଥାରେ ବୀରମହାରାଜପୁର ଉପଖଣ୍ଡ ପାଠାଗାର , ସୂଚନାକେନ୍ଦ୍ର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ରେ ରହିଛି ନାମକୁ ମାତ୍ର ଉପଖଣ୍ଡ ସ୍ତରୀୟ ପାଠାଗାର ଓ ସୂଚନାକେନ୍ଦ୍ର l ଏଠାକୁ ଆସୁନାହିଁ ସମସ୍ତ ଖବର କାଗଜ ଓ ମେଗାଜିନ l ଅନେକ ମେଧାବୀ ଛାତ୍ର , ଛାତ୍ରୀ ଅଧ୍ୟୟନ କରିବାରୁ ବଞ୍ଚିତ ହେଉଛନ୍ତି l ବିଭିନ୍ନ ତଥ୍ୟ ଭିତ୍ତିକ ପାଠ୍ୟ ପୁସ୍ତକ ଓ ପ୍ରତିଯୋଗିତା ମୂଳକ ମେଗାଜିନ ର ଅଭାବ ପରିଲକ୍ଷିତ ହେଉଛି l ଦୀର୍ଘ ଦିନର ପରିତ୍ୟକ୍ତ କୋଠା ଯାହା ପୂର୍ବରୁ ଡାକ୍ତର ଖାନା ଥିଲା , ପରବର୍ତ୍ତୀ ସମୟରେ ଲେପ୍ରା ସୋସାଇଟି ର କବ୍ଜା ରେ ରହିଥିଲା l ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ କେହିବି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଏହି ପାଠାଗାର ର ରାସ୍ତା ରେ ଆବର୍ଜନା ସାଙ୍ଗକୁ ଆଣ୍ଠୁଏ କାଦୁଅ ପାଣି ରେ ଭର୍ତ୍ତି ହୋଇଛି । ଏଠାରେ କେବଳ ଜଣେ ପିଅନ କୁ ଦେଖିବାକୁ ମିଳୁଥିବା ବେଳେ ଅଧିକାରୀ ଙ୍କୁ ଦେଖିବାକୁ ମୁଳୁନାହିଁ l ଏସମ୍ପର୍କ ରେ ପ୍ରଶାସନ ର କୌଣସି ପ୍ରତିକ୍ରିୟା ମିଳି ପାରିନଥିଲେ ମଧ୍ୟ ବୁଦ୍ଧିଜୀବୀ ମହାଲରେ ଅସନ୍ତୋଷ ଦେଖା ଦେଇଛି l ତୁରନ୍ତ ଏହାର ମରାମତି କରିବା ସହିତ ଉପଖଣ୍ଡ ପାଠାଗାର ପାଇଁ ନୂତନ କୋଠା ନିର୍ମାଣ କରିବାକୁ ଦାବୀ ହେଉଛି l