କୋଶଲି ଟେଲିଫିଲ୍ମ ଶୁଭ ଲଗ୍ଅନ୍ ର ଶୁଭ ମହୁରତ

ବୀରମହାରାଜପୁର : ସୁବର୍ଣ୍ଣପୁର୍ ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର କଇରାଝୁଲି ଠାରେ ସୋନପୁରିଆ ମନୋଜ କ୍ରିଏସନ ତରଫ ରୁ କୋଶଲି ଟେଲି ଫିଲ୍ମ ‘ଶୁଭ ଲଗନ’ ର ସୁଟିଙ୍ଗ ଆରମ୍ଭ ହୋଇଛି । ଫିଲ୍ମର୍ ପ୍ରଯୋଜକ ଦିବ୍ୟ ମେହେର୍ , ଆୟୋଜକ ଯିତେନ୍ଦ୍ର ଚାନ୍ଦ , ରଞ୍ଜିତ ମେହେର ପ୍ରମୁଖ ରହିଛନ୍ତି । ପାରିବାରିକ ବିବାହ୍ ବନ୍ଧନ୍ କୁ ଭିତ୍ତି କରି ଉକ୍ତ ଫିଲ୍ମ ଟି ନିର୍ମାଣ ହୋଇଛି ବୋଲି ନିର୍ଦେଶକ ଓ ଲେଖକ ସୋନପୁରିଆ ମନୋଜ ସାହୁ ପ୍ରକାଶ କରିଛନ୍ତି। ଏଥିରେ ଜଣାଶୁଣା ସମ୍ବଲପୁରି କମେଡିଏନ୍ ଟିଙ୍କୁ , ମିଲି ସମେତ ସୋନପୁର ଅଞ୍ଚଳ ର ଅଭିନେତା , କବି ତଥା ଗାଳ୍ପିକ ଅକୁର ହୋତା , ସୁବାସ ଭୋଇନା , ପ୍ରାଣବନ୍ଧୁ ଭୋଇ , ଷଣ୍ଢ , କୁର୍ପା , ଅନିମା , ଲିନୁ , ଭକ୍ତ , ଲିପୁ , ସରୋଜ , ବୁଲୁ , ଅନିଶ ପ୍ରମୁଖ ଅଭିନୟ କରିବାର କାର୍ଯ୍ୟକ୍ରମ ରହିଛି । ଫିଲ୍ମ ର କେମେରାମେନ ପ୍ରଶାନ୍ତ (ଟିଟୁ) , ସହ ନିର୍ଦେଶକ ତଥା ଗାୟକ କର୍ଣ ମହାନନ୍ଦ , ସାଜସଜା ଚିତ୍ର ସୁବ୍ରତ ପାତ୍ର , ବିଶେଷ ସହଯୋଗ ଅଜିତ ଫଟୋଗ୍ରାଫି କରିଛନ୍ତି । ଫିଲ୍ମ ଟି ସମାଜର ଯୁବକପିଢି କୁ ସୁବାର୍ତ୍ତା ଦେବ ବୋଲି ଆୟୋଜକ ଯିତେନ୍ଦ୍ର ଚାନ୍ଦ୍ର କହିଛନ୍ତି ।