Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମରେ ଓଡ଼ିଶାର ୧୩,୧୨୮ ଗାଁରୁ ମାଟି ସଂଗ୍ରହ ହୋଇଛି: ବିଜେପି

ଭୁବନେଶ୍ଵର: ଦେଶ ସ୍ଵାଧୀନତାକୁ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ସମଗ୍ର ଦେଶରେ ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ ଚଲାଇଥିଲା। ଏହି କ୍ରମରେ ଓଡ଼ିଶାରେ ରାଜ୍ୟ ବିଜେପି ତରଫରୁ ଏହି ଅଭିଯାନ ବେଶ ସକ୍ରିୟତାର ସହ ଆୟୋଜିତ ହୋଇଥିଲା। ଏହାକୁ ନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ବିଜେପି। ବିଜେପି ରାଜ୍ୟ ସଭାପତି ମନମୋହନ ସାମିଲ କହିଛନ୍ତି, ଏହି ଅଭିଯାନରେ ୧୩ ହଜାର ୧୨୮ଟି ଗାଁରୁ ମାଟି ସଂଗ୍ରହ ହୋଇଛି।

ସେ କହିଛନ୍ତି, ଅଗଷ୍ଟ ୯ ତାରିଖରୁ ଓଡ଼ିଶାରେ ମୋ ମାଟି, ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୩୧୪ ବ୍ଲକର ୧୩ ହଜାର ୧୨୮ଟି ଗାଁରୁ ମାଟି ସଂଗ୍ରହ ହୋଇଛି। ରାଜ୍ୟର ୧୨ ହଜାର ୮୩୩ଟି ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ସକାଳ ୮ଟାରେ ମାଷ୍ଟରକ୍ୟାଣ୍ଟିନ ଛକରୁ ଶୋଭାଯାତ୍ରା ବାହାରିବ। କାଲି ରାଜ୍ୟରୁ ସଂଗୃହିତ ପବିତ୍ର ମାଟି ସ୍ଵତନ୍ତ୍ର ଟ୍ରେନରେ ଦିଲ୍ଲୀ ଯିବ। ଅକ୍ଟୋବର ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅମୃତ ବାଟିକାର ଶିଳାନ୍ୟାସ୍ କରିବେ ବୋଲି ସୂଚନା ଦେଇଛନ୍ତି ମନମୋହନ ସାମଲ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ