Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରହିବା ପାଇଁ ଘର ନ ଥିବାରୁ ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି ଅସହାୟl , ବିଧବା , ରୋଗୀଣା ଅର୍ଣ୍ଣପୂର୍ଣ୍ଣl

ବୀରମହାରାଜପୁର : ସୁବର୍ଣ୍ଣପୁର ଜ଼ିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ଗ୍ରାମର ଅନ୍ନପୂର୍ଣ୍ଣା ବେହେରା (୬୨ ) ଜଣେ ଗରିବ ବିଧବା ଓ ଫାଲେରିଆ ରୋଗରେ ପୀଡିତl ଜଣେ ଅସହାୟ ବୃଦ୍ଧା ମହିଳା l ଆଜି ଯାଏ ତାଙ୍କୁ ଆବାସ ଘର ଖଣ୍ଡିଏ ମିଳିପାରିନାହିଁ l ସ୍ୱାମୀ ଙ୍କ ମୃତ୍ୟୁ ପରେ ବିପଦ ସଂକୁଳ ଅବସ୍ଥା ରେ ଭଙ୍ଗା ମାଟି ଚାଲ ଘରେ ଦିନ କାଟୁଛନ୍ତି l ଚଳିତ ବର୍ଷ ଲଗୁଚାପ ଜନିତ ଲଗାଣ ବର୍ଷା ରେ ଝାଟି ମାଟି ଘର ଟି ଭାଙ୍ଗି ଯାଇଛି l ସେ ଗରିବ ଶ୍ରେଣୀ ତଥା ରୋଗୀଣା ହୋଇଥିବା ରୁ ଘର ଟିକୁ ସଜାଡି ପାରୁନାହଁ l ଯାହା ଫଳରେ ସେହି ଭଙ୍ଗା ଦଦରା ବିପଦସଙ୍କୁଳ ଘରେ ଦିନ କାଟୁଛନ୍ତି l ଖଣ୍ଡିଏ ତାରପୋଲିଂ ଜରି ପାଳ ପାଇଁ ଉଫୁଲା ରାଜସ୍ବନିରୀକ୍ଷକ ଙ୍କ କାର୍ଯ୍ୟାଳୟ କୁ ଆସିଥିଲେ।‌ କିନ୍ତୁ ବଡ଼ ବିଡମ୍ବନା ର ବିଷୟ ରାଜସ୍ବ ନିରୀକ୍ଷକ ମହାଶୟ ଜାରିପାଳ ଖଣ୍ଡିଏ ଦେବାପାଇଁ ମନା କରିଦେବାରୁ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ କୁ ଆସି ତହସିଲଦାର ବିବୁଧ ଗଡ଼ନାୟକ ଙ୍କୁ ମଧ୍ୟ ନିଜ ଦୁଃଖ ଜଣାଇ ଥିଲେ l ମାତ୍ର ଜାରିପାଳ ଦେବାର ବ୍ୟବସ୍ଥା କରି ଦିଆଯିବ କହି ଆଶ୍ଵାସନା ଦେଇ ଫେରାଇ ଦେଇ ଥିଲେ l ତେଣୁ ଅନ୍ନପୂର୍ଣ୍ଣା ପଞ୍ଚାୟତ ରୁ ପାଉଥିବା ଚାଉଳ ଉପରେ ନିର୍ଭର କରି କଷ୍ଟେ ମଷ୍ଟେ ଦିନ କାଟୁଛନ୍ତି l ଅନେକ ସମୟରେ ଭୋକ ଉପାସ ଦିନ କାଟିବା ସହ ସାହି ପଡିଶା ରୁ ଧାର କରଜ କରି ଚାଲୁଥିବା ସେ କହିଛନ୍ତି l ବର୍ଷା ଦିନେ ପାଣି ଗଲୁଥିବାରୁ ଘର ସାରା ପାଣି ହୋଇ ଦିନ ତମାମ ଭୋକ ଉପାସ ରେ ରହିବାକୁ ପଡ଼େ ବୋଲି କୋହ ଭରା କଣ୍ଠରେ ଅନ୍ନପୂର୍ଣ୍ଣା କହିଛନ୍ତି l ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚ , ବ୍ଲକ ଅଧ୍ୟକ୍ଷା , ଗୋଷ୍ଠୀ ଉନ୍ନୟନ ଅଧିକାରୀ ,. ଏପରିକି ଜ଼ିଲ୍ଲାପାଳ ଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କର ସମସ୍ୟାର ସମାଧାନ ହୋଇ ପାରିନାହିଁ l ବୀରମହାରାଜପୁର ବ୍ଲକ ରେ ଅନେକ ଅଯୋଗ୍ୟ ହିତାଧିକାରୀ ଆବାସ ଘର ପାଉଥିବା ବେଳେ ଦାୟିତ୍ୱ ରେ ଥିବା କିଛି ଅସାଧୁ କର୍ମଚାରୀ ଙ୍କ ଆନ୍ତରିକତା ଅଭାବ ଓ ଅବହେଳା ଯୋଗୁଁ ଅନ୍ନପୂର୍ଣ୍ଣା‌ କୁ ଆବାସ ଯୋଜନାରେ ସାମିଲ କରାଯାଇ ନ ଥିବା ଗ୍ରାମବାସୀ କୁହନ୍ତି I