Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମନୋଜ ମିଶ୍ରଙ୍କୁ ବାସନ୍ଦ ପ୍ରସଙ୍ଗ: ଓଡ଼ିଶା ଭାଗ ହେଲେ ଓଡ଼ିଶା ସରକାର ଦାୟୀ ରହିବେ- ନରସିଂହ

ଭୁବନେଶ୍ଵର: ଓଡ଼ିଶା ଭାଗ ହେଲେ ଓଡ଼ିଶା ସରକାର ଦାୟୀ ରହିବେ। ପୁଣି ଥରେ ନିଜର ମନ୍ତବ୍ୟ ଦୋହରାଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର। ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡରୁ ଦୁଇ ବର୍ଷ ବାସନ୍ଦ ପରିପ୍ରେକ୍ଷୀରେ ମନ୍ତବ୍ୟ ଦେବା ସମୟରେ ଏହା କହିଛନ୍ତି ନରସିଂହ। ମନୋଜ ମିଶ୍ରଙ୍କୁ ବାସନ୍ଦ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ଅଭନେତାଙ୍କ ମଧ୍ୟରେ କଳିରେ ଏବେ ରାଜନେତାଙ୍କ ଏଣ୍ଟ୍ରି ହୋଇଛି। ଏହା ରାଜନୈତିକ ରୂପ ମଧ୍ୟ ନେଲାଣି।

ସେ କହିଛନ୍ତି, ମନୋଜଙ୍କୁ ବାସନ୍ଦ ଏକ ସମ୍ବେଦଶୀଳ କଥା। ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ହେଲେ ବିରୋଧ ହେଉଛି। ବଲାଙ୍ଗିରରେ କୃଷି ବିଶ୍ଵ ବିଦ୍ୟାଳୟ ପ୍ରତିଷ୍ଠା ଦାବି ହେଲେ ବିରୋଧ ହେଉଛି। ପଶ୍ଚିମ ଓଡ଼ିଶା ସବୁ ବେଳେ ଅବହେଳିତ ହୋଇ ରହୁ ବୋଲି ସରକାର ଚାହୁଁଛନ୍ତି। ସ୍ଵତନ୍ତ୍ର ରାଜ୍ୟ ଦାବି କରିବା ନେଇ ଲୋକଙ୍କୁ ବାଧ୍ୟ କରାଯାଉଛି। ସ୍ଵତନ୍ତ୍ର କୋଶଳ ରାଜ୍ୟ ପ୍ରତିଷ୍ଠା ସପକ୍ଷରେ ମୁଁ ନ ଥିଲି, କି ଆଜି ବି ନାହିଁ। ସରକାରଙ୍କ ମନୋବୃତ୍ତି ଯୋଗୁଁ ଓଡ଼ିଶାକୁ ଭାଗ ଭାଗ କରିବାକୁ ବାଧ୍ୟ କରୁଛି। ଯଦି ଓଡ଼ିଶା ଭାଗ ଭାଗ ହୁଏ ସରକାର ଏଥିପାଇଁ ଦାୟୀ ରହିବେ। ଉପକୂଳ ଲୋକେ ବି ଏଥିପାଇଁ ଦାୟୀ ରହିବେ।

ସୂଚନାଯୋଗ୍ୟ, ଅଭିନେତା ମନୋଜ ମିଶ୍ରଙ୍କ ଏକ ଉକ୍ତିକୁ ନେଇ ଓଲିଉଡ଼ରେ ଅଭିନେତା ଓ ପ୍ରଯୋଜକ ତାଙ୍କ ଉପରେ ଖପ୍ପା। ଏପରିକି ସମ୍ବଲପୁରରେ ଓଡ଼ିଆ ସିନେମା ଚାଲିବାକୁ ଦିଆଯାଇ ନ ଥିବା ମନୋଜ ମିଶ୍ରଙ୍କ ନାଁରେ ଅଭିଯୋଗ କରିଛନ୍ତି ଓଲିଉଡର କିଛି ବ୍ୟକ୍ତି। ଅନୁଭବ ଓ ଅରିନ୍ଦମଙ୍କ ବିରୋଧରେ ମନୋଜ ମିଶ୍ର ନକରାତ୍ମକ ବୟାନ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି। ଏସବୁକୁ ଦେଖି ମନୋଜଙ୍କୁ ଓଲିଉଡରୁ ଦୁଇ ବର୍ଷ ବାସନ୍ଦ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ