Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରେକୃଷ୍ଣ ହରେରାମ;ମହାମନ୍ତ୍ରରେ ମୁଖରୀତ ଚିପିଲିମା ଚନ୍ଦ୍ରଶେଖର ବାବା ମନ୍ଦିର

ଚିପିଲିମା,୨୮/୧୦ ବିଶ୍ୱକଲ୍ୟାଣ ଉଦ୍ଧେଶ୍ୟ ନେଇ ପ୍ରତ୍ୟହ
ମାସ ଶୁକ୍ଳ ତ୍ରୟୋଦଶୀରେ ସମ୍ବଲପୁର ଚିପିଲିମା ଚନ୍ଦ୍ରଶେଖର ବାବା ମନ୍ଦିରରେ ସୂର୍ୟଦୟରୁ ସୂର୍ଯ୍ୟାସ୍ତ ନାମଯଜ୍ଞ ଅନୁଷ୍ଠିତ ହେଉଥିବାବେଳେ,ଗତଶୁକ୍ରବାର “ହରେକୃଷ୍ଣ ହରେରାମ”ମହାମନ୍ତ୍ରରେ ମନ୍ଦିର ତଥା ଆଖପାଖ ଅଞ୍ଚଳ ମୁଖରୀତ ହୋଇଉଠିଥିଲା।ରୀତିନୀତିରେ ସମସ୍ତ ପୂଜାକାର୍ଯ୍ୟକୁ ପଣ୍ଡିତ ପ୍ରଦୀପ କୁମାର ନାୟକ ପରିଚାଳନା କରିଥିବାବେଳେ,ମନ୍ଦିର ପୂଜକ ବିଶ୍ୱନାଥ ନାୟକ ସହଯୋଗ କରିଥିଲେ।ସେହିପରି ଉମାକାନ୍ତ ପାଢ଼ୀ ଓ ତାଙ୍କ ସହଧର୍ମିଣୀ ରାଜଲକ୍ଷ୍ମୀ ପାଢ଼ୀ କର୍ତ୍ତାଦାୟିତ୍ୱ ସମ୍ପାଦନ କରିଥିଲେ।ଆୟୋଜିତ ନାମଯଜ୍ଞରେ ବିଭିନ୍ନ ଆଞ୍ଚଳିକ ସଂକୀର୍ତନ୍ୟ ଦଳ ସହଯୋଗ କରିଥିବାବେଳେ ଦିନତମାମ ହରେକୃଷ୍ଣ ହରେରାମ ମହାମନ୍ତ୍ରରେ ମନ୍ଦିର ମୁଖରୀତ ହୋଇଥିଲା।ସମସ୍ତ ଉପସ୍ଥିତ ଭକ୍ତମାନଙ୍କପାଇଁ ଅନ୍ନଭୋଗ ବ୍ୟବସ୍ଥା ହୋଇଥିଲା।ପଞ୍ଚାନନ ପଣ୍ଡା,ମନୋଜ ଦାସ,ବିଶ୍ୱନାଥ ନାଏକ,ପ୍ରସନ୍ନ ସାହୁ,ପ୍ରମୁଖଙ୍କ ପ୍ରୟାସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଞ୍ଚଳର ସମସ୍ତ ଭଗବତ ପ୍ରେମୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ