Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖଣ୍ଡହତା ଗଜଲକ୍ଷ୍ମୀ ପୂଜା ର ମୁଖ୍ୟ ଆକର୍ଷଣ ଜଳନ୍ଧର ଦରବାର

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଛକ ପଡିଆ ରେ ହେଉ ଥିବା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୧୫ ବର୍ଷରେ ପହଞ୍ଚିଛି । ଏଥିପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପୂଜା ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଛି । ସର୍ବ ସମ୍ମତି କ୍ରମେ ଏହି ପୂଜା ପରିଚାଳନା ପାଇଁ ରୁଦ୍ରପ୍ରକାଶ ମିଶ୍ର ଙ୍କୁ ସଭାପତି , ଆଶୁତୋଷ ପଣ୍ଡା ଙ୍କୁ ସମ୍ପାଦକ , ପ୍ରଦୀପ ମାଝୀ ଙ୍କୁ ସହ ସମ୍ପାଦକ ଭାବେ ଚୟନ କରାଯାଇଛି। ବିମ୍ବାଧର ମେଣ୍ଡିଲି ଙ୍କୁ ମୁଖ୍ୟ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିବା ବେଳେ ସୁଭାଷ ପ୍ରଧାନ , ତପନ ମଲ୍ଲିକ , ସୁଶିଲ ଭୋକ୍ତା , ମଧୁସୂଦନ ମହାକୁର , ବାବୁଲୁ ପ୍ରଧାନ , ବାଦଲ ଭୋକ୍ତା , ବଂଶୀଧର ଅମାତ , ଆନନ୍ଦ କୁଦାଇ ଙ୍କୁ ପରିଚାଳନା କମିଟିର ସଦସ୍ୟ ଭାବେ ଚୟନ କରାଯାଇଛି। ବଳରାମ ପଣ୍ଡା ପୂଜକ ଭାବେ କାର୍ଯ୍ୟ ସମ୍ପାଦନ କରିବେ। ମଧୁସୂଦନ ମହାକୁର ଓ କୁନ୍ତୀ ମହାକୁର ସପତ୍ନିକ କର୍ତ୍ତା ଭାବେ କାର୍ଯ୍ୟ ସମ୍ପାଦନା କରିବାର ସ୍ଥିର ହୋଇଛି। ପୁଜା ପାଇଁ ଶୁକ୍ରବାର ଦିନ କଳସ ଶୋଭାଯାତ୍ରା କରାଯାଇଥିଲା । ଗ୍ରାମର ବାଇଗଣି ଯୋର ରୁ ଏକ ଶୋଭାଯାତ୍ରା ରେ ଜଳପୂର୍ଣ୍ଣ କଳସ ଆଣି ପୂଜା ମଣ୍ଡପ ରେ ସ୍ଥାପନ କରାଯାଇଥିଲା । ଶନିବାର ଠାରୁ ପୂଜା ଆରମ୍ଭ ହେବ। ପ୍ରତ୍ୟହ ହୋମ , ଯଜ୍ଞ , ପୁଷ୍ପାଞ୍ଜଳି , ଆଳତି ଆଦି କରାଯିବ। ବ୍ରତାଧାରିମାନେ ନିଷ୍ଠା ଓ କାଷ୍ଠା ର ସହିତ ପୂଜା କରୁଛନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପ୍ରତ୍ୟହ ସନ୍ଧ୍ୟା ରେ ମୁକ୍ତାକାଶ ରଙ୍ଗମଞ୍ଚରେ ଜଳନ୍ଧର ଦରବାର କରାଯିବ। ଏଥିରେ ଗୋପାଳ ଦାସ ଜଳନ୍ଧର ଭୂମିକାରେ ଅଭିନୟ କରିବେ। ମଙ୍ଗଳବାର ସନ୍ଧ୍ୟା ରେ ମିକଶ୍ଚର ଦଣ୍ଡ ପରିବେଷଣ ହେବ। ବୁଧୁବାର ଦିନ ଭସାଣି ହେବ। ଏଥିରେ ଢୋଲ ,ନିଶାଣ, ତାସା, ଘଣ୍ଟ , ଶଙ୍ଖ ଆଦି ବାଜା ସହିତ ରୋଡ ଡ୍ୟାନ୍ସ , ଦୁଲଦୁଲି ଆଦି ପରିବେଷଣ କରାଯିବ। ତେବେ ପୂଜା ପାଇଁ ଆୟୋଜକ କର୍ମକର୍ତ୍ତା ସମ୍ପୂର୍ଣ୍ଣ ପ୍ରସ୍ତୁତି ଥିବା ବେଳେ ଏହି ଅବସର ରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଆଶା ରଖିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ